Cricket

ଜାତୀୟ ବଧିର ଟ୍ୱେଣ୍ଟି-୨୦ ପ୍ରତିଯୋଗିତା: ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ବର: ସେପ୍ଟେମ୍ବର-ଅକ୍ଟୋବରରେ ଓଡ଼ିଶାରେ ଖେଳାଯିବାକୁ ଥିବା ଜାତୀୟ ବଧିର ଟ୍ବେଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। ହାଇଟେକ୍ ଗ୍ରୁପର କ୍ରୀଡ଼ା ନିର୍ଦ୍ଦେଶକ ଲଳିତ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି ଦଳ ଚୟନ କରାଯାଇଛି। ଚୟନ ପ୍ରକ୍ରିୟାରେ ୩୯ ଜଣ ସାମିଲ ହୋଇଥିବାବେଳେ ୧୫ ମନୋନୀତ ହୋଇଛନ୍ତି। ଶ୍ୟାମ କିଶୋର ହରିଚନ୍ଦନ ପ୍ରଶିକ୍ଷକ ଏବଂ ହର ପ୍ରସାଦ ମାସନ୍ତରାୟ ପ୍ରବନ୍ଧକ ନିଯୁକ୍ତ ହୋଇଛନ୍ତି। ଦଳର ସଫଳତା ପାଇଁ ଓଡ଼ିଶା ବଧିର କ୍ରିକେଟ୍ ସଂଘ (ଓଡିସିଏ)ର ସଭାପତି ବିକ୍ରମଜିତ୍ ମହଲା ଏବଂ ସାଧାରଣ ସମ୍ପାଦକ ସାଗରକାନ୍ତ ସେନାପତି ଶୁଭେଚ୍ଛା ଜଣାଇଛନ୍ତି।

ଓଡ଼ିଶା ଦଳରୁ ଚୟନ ହୋଇଥିବା ଖେଳାଳିମାନେ ହେଲେ ଶିବନ ନନ୍ଦ (ଅଧିନାୟକ), ରାଜେଶ ମୁଦୁଲି (ଉପ ଅଧିନାୟକ), ବଣ୍ଟି ଚୌଧୁରୀ, ଅଭିନିତ ଆଚାର୍ୟ୍ୟ, ସୌମ୍ୟରଂଜନ ରାଉତ, ରାଜନ କୁମାର ସାହୁ, ଅମନ ଜେନା, ସନ୍ତୋଷ କୁମାର ମହାପାତ୍ର, ପ୍ରଳୟ ବେହୁରା, ଅଭିଜିତ ସ୍ବାଇଁ, ଶୋଭନ ରଥ, ସୌଭାଗ୍ୟ ମହାନ୍ତି, ସୁଶାନ୍ତ କୁମାର ଦାଶ, ଆନନ୍ଦା ଭୋଇ ଏବଂ ସୁନିଲ କୁମାର ସାହୁ। ଷ୍ଟାଣ୍ଡବାଇରେ ସୌମ୍ୟ ପ୍ରସାଦ ମିଶ୍ର, ମାନସ କୁମାର ସାମଲ, ଶଶୀଭୂଷଣ ମହାନ୍ତି ଓ ପ୍ରଦୀପ ପାଣ୍ଡେ।

Related posts

ରେକର୍ଡ଼ ଭାଙ୍ଗିଲା ଟିମ ଇଣ୍ଡିଆ

Odisha Sports Bureau

ମହମ୍ମଦ ଶାମିଙ୍କୁ ଆଶ୍ୱସ୍ତି

Odisha Sports Bureau

ସମସ୍ତ ୱିକେଟ୍ ପୋଛିନେଲେ ଶ୍ରୀଲଙ୍କାର ବୋଲର ପୁଷ୍ପ କୁମାରା

Odisha Sports Bureau