Badminton

କାନାଡ଼ା ଓପନ୍‌ ବ୍ୟାଡମିଣ୍ଟନ୍ ଜିତିଲେ ଲକ୍ଷ୍ୟ ସେନ୍‌

କାଲଗାରି: ତାରକା ଭାରତୀୟ ସଟଲର ଲକ୍ଷ୍ୟ ସେନ୍‌ କାନାଡ଼ା ଓପନ୍‌ ମୁକୁଟ କରାୟତ୍ତ କରିଛନ୍ତି। ତାଙ୍କର ଏହା ଦ୍ବିତୀୟ ବିଡବ୍ଲୁଏଫ୍‌ ସୁପର ୫୦୦ ଟ୍ରଫି। ପୂର୍ବରୁ ୨୦୨୨ରେ ଇଣ୍ଡିଆ ଓପନ୍‌ ବିଜୟ ତାଙ୍କର ପ୍ରଥମ ସୁପର ୫୦୦ ଟ୍ରଫି ଥିଲା। ରବିବାର ପୁରୁଷ ଏକକ ଫାଇନାଲ୍‌ରେ ୨୧ ବର୍ଷୀୟ ‌ଲକ୍ଷ୍ୟ ୨୧-୧୮, ୨୨-୨୦ରେ ଅଲ୍‌ଇଂଲଣ୍ଡ ବିଜେତା ଚୀନ୍‌ର ଲି ଶି ଫେଙ୍ଗଙ୍କୁ ପରାସ୍ତ କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପରେ ତାଙ୍କର ଏହା ପ୍ରଥମ ଟ୍ରଫି। ଭାରତର ଦ୍ବିତୀୟ ଏକକ ‌ଖେଳାଳି ଭାବେ ସେ ଚଳିତ ବର୍ଷ ଟ୍ରଫି ଜିତିଛନ୍ତି। ମେ’ରେ ଏଚ୍‌ଏସ୍‌ ପ୍ରଣୟ ମାଲେସିଆ ମାଷ୍ଟର୍ସ ଜିତିଥିଲେ।

Related posts

ଥାଇଲାଣ୍ଡ ଓପନରେ ସଫଳତା ପରେ ନମ୍ବର ଓ୍ବାନକୁ ଫେରିଲେ ସାତ୍ତ୍ୱିକ-ଚିରାଗ

ହାରିଲେ ସିନ୍ଧୁ,ଭାରତର ଅଭିଯାନ ଶେଷ

Odisha Sports Bureau

ପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ

Odisha Sports Bureau