Cricket

ଅଟୋଗ୍ରାଫ ଦେଇ ପ୍ରେମରେ ପଡିଥିଲେ ଗାଭାସ୍କର

ସୁନୀଲ ଗାଭାସ୍କାର… ନାଁ ଯେମିତି କ୍ରେଜ ବି ସେମିତି | ତାଙ୍କୁ ପରିଚୟର କୌଣସି ଆବଶ୍ୟକ ନାହିଁ | କ୍ରିକେଟ ଜଗତର ବାଦଶାହା ହେଉଛନ୍ତି ଗାଭାସ୍କର | ଟିମ ଇଣ୍ଡିଆ ପାଇଁ ସେ ହେଉଛନ୍ତି ଲିଟିଲ ମାଷ୍ଟର । ଯେବେ ଯେବେ ଟିମ ଇଣ୍ଡିଆ ଉପରେ ବିପଦ ଆସିଛି ସେ ସେବେ ସଙ୍କଟ ମୋଚକ ହୋଇ ଛିଡା ହୋଇଛନ୍ତି । ତେବେ ଆପଣ ଜାଣିଛନ୍ତି କି ଦିନେ ଏହି ଲିଟିଲ ମାଷ୍ଟର ଗାଭାସ୍କର ପ୍ରେମରେ ପଡ଼ିଥିଲେ ହଁ ଦର୍ଶକ ବନ୍ଧୁ, ଗାଭାସ୍କରଙ୍କ ଲଭ ଷ୍ଟୋରୀ କେଉଁ ଫିଲ୍ମର କାହାଣୀଠାରୁ ବି କମ ନୁହେଁ । ଅଟୋଗ୍ରାଫ ଦେଇ ପ୍ରେମରେ ପଡିଥିଲେ ଗାଭାସ୍କର |

୧୯୭୩ ମସିହା.. ପ୍ରଥମ ଥର ପାଇଁ ଦେଖା ହୁଏ ମାର୍ଶଲିନଙ୍କ ସହ | ସେତେବେଳେ ମାର୍ଶଲିନ ଦିଲ୍ଲୀର ଶ୍ରୀରାମ କଲେଜରେ ବିଏରେ ପାଠ ପଢୁଥିଲେ । ମାର୍ଶଲିନ ଏକ ମ୍ୟାଚ ଦେଖିବାକୁ ଷ୍ଟାଡିୟମ ଆସିଥାନ୍ତି । ମ୍ୟାଚରେ ଲଞ୍ଚ ବ୍ରେକ ସମୟରେ ଗାଭାସ୍କର ଷ୍ଟୁଡେଣ୍ଟ ଗ୍ୟାଲେରୀରେ ଛିଡା ହୋଇଥିଲେ । ଆଉ ତାଙ୍କୁ ଦେଖି ମାର୍ଶଲିନ ଅଟୋ ଗ୍ରାଫ ନେବାକୁ ପହଞ୍ଚିଥିଲେ । ଆଉ ଅଟୋଗ୍ରାଫ ଦେଉଦେଉ ମାର୍ଶଲିନଙ୍କ ପ୍ରେମରେ ପଡିଯାଇଥିଲେ ଗାଭାସ୍କର । ହେଲେ ମାର୍ଶଲିନ ଏସବୁରୁ ଅଜଣା ଥିଲେ ।

ପରେ ସୁନୀଲ ଗାଭାସ୍କର ମାର୍ଶଲିନ ବିଷୟରେ ପତା ଲଗାଇଥିଲେ । ରିପୋର୍ଟ ଅନୁସାରେ ମାର୍ଶଲିନଙ୍କୁ ଖୋଜି ଖୋଜି ନାଗପୁର ଯାଏଁ ଚାଲିଯାଇଥିଲେ ଗାଭାସ୍କର । ଆଉ ତାଙ୍କ ଘରର ଚକ୍କର ବି ଲଗାଇଥିଲେ । ସବୁଠୁ ରୋଚକ କଥା ହେଉଛି ଗାଭାସ୍କର ମାର୍ଶଲିନଙ୍କୁ ତାଙ୍କ ପରିବାର ସାମ୍ନାରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । କାନପୁରରେ ହେବାକୁ ଥିବା ଏକ ଟେଷ୍ଟ ମ୍ୟାଚ ପାଇଁ ଗାଭାସ୍କର ମାର୍ଶଲିନ ମଲହୋତ୍ରାଙ୍କ ପରିବାର ଲୋକଙ୍କୁ ଡାକିଥିଲେ । ଆଉ ସମସ୍ତେ ସେହି ମ୍ୟାଚ ଦେଖିବାକୁ ବି ଆସିଥିଲେ । ମ୍ୟାଚ ଶେଷ ହେବା ପରେ ତାଙ୍କ ପରିବାର ସାମ୍ନାରେ ମାର୍ଶିଲିନଙ୍କୁ ହାତ ମାଗିଥିଲେ ଗାଭାସ୍କର । ଏଥିରେ ମାର୍ଶିଲିନଙ୍କ ପରିବାର ବି ରାଜି ହୋଇଯାଇଥିଲେ । ଫଳରେ ୨୩ ସେପ୍ଟେମ୍ବର ୧୯୭୪ ମସିହାରେ ଉଭୟଙ୍କ ବିବାହ ହୋଇଥିଲା ।

ସେବେଠାରୁ ଏବେ ଯାଏଁ ୪୮ ବର୍ଷ ହେବ ଗାଭାସ୍କର ଓ ମାର୍ଶଲିନ ବୈବାହିକ ଜୀବନ ହସଖୁସିରେ ଚାଲିଛି । ଗାଭାସ୍କର ଓ ମାର୍ଶଲିନଙ୍କ ଏକ ପୁଅ ବି ଅଛି ଯାହାଙ୍କ ନାଁ ରୋହନ ଗାଭାସ୍କର । ରୋହନ ମଧ୍ୟ ଟିମ ଇଣ୍ଡିଆ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି ହେଲେ ବାପାଙ୍କ ଭଳି ଏତେ ଟା ସଫଳ ହୋଇ ପାରିନାହାନ୍ତି ।

Related posts

କିକ୍ରେଟକୁ ଅଲବିଦା କଲେ ଇରଫାନ ପଠାନ

Odisha Sports Bureau

ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜ ଦଳର ଖେଳାଳିଙ୍କୁ ପଛରେ ପକାଇଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍

ଆଜି ମୁହାଁ ମୁହିଁ ହେବେ ପଞ୍ଜାବ କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ

Odisha Sports Bureau