Cricket

ସୁମନରାଣୀଙ୍କ ହାତ ଧରିଲେ ପୂର୍ବତନ ରଣଜୀ କ୍ରିକେଟର ଧୀରାଜ

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ରଣଜୀ କ୍ରିକେଟର ତଥା ବାମହାତୀ ସ୍ପିନର ଧୀରାଜ ସିଂହ ତାଙ୍କର ତୃତୀୟ ପାଳି ଆରମ୍ଭ କରିଛନ୍ତି। ସୋମବାର କଟକ ଚହଟାସ୍ଥିତ ରାମ ମନ୍ଦିରରେ କୁସପଙ୍ଗିସ୍ଥିତ ବିଜୟ କୁମାର ଦାସ ଓ ନିରୂପମା ଦାସଙ୍କ ଝିଅ ସୁମନରାଣୀଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁଇ ପରିବାର ସଦସ୍ୟଙ୍କ ସହ କିଛି ନିକଟତମ ବନ୍ଧୁମାନଙ୍କୁ ନେଇ ଏହି ବିବାହ କାର୍ଯ୍ୟକ୍ରମ ହୋଇଥିଲା। ୨୦୦୮ରେ ଓଡ଼ିଶା ପାଇଁ ପ୍ରଥମ ଶ୍ରେଣୀ ଖେଳିଥିବା ଧୀରାଜ ଗତବର୍ଷ ଡିସେମ୍ବରରେ ଅବସର ଘୋଷଣା କରିଥିଲେ।

ଓଡ଼ିଶା ପାଇଁ ସେ ୫୧ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୧୧୯ ୱିକେଟ୍‌ ଅକ୍ତିଆର କରିଛନ୍ତି। ଏହାମଧ୍ୟରେ ୫ ଥର ୫ ୱିକେଟ୍‌ ସଫଳତା ମଧ୍ୟ ରହିଛି। ୨୦୧୮ରେ ଜମ୍ମୁ କାଶ୍ମୀର ବିପକ୍ଷରେ ଶେଷ ରଣଜୀ ମ୍ୟାଚ୍‌ ଖେଳିଥିଲା ବେଳେ ଏହାପରଠୁ ସେ ଆଉ ରାଜ୍ୟ ଦଳକୁ ଫେରିପାରିନାହାନ୍ତି। ସେହିପରି ୧୯ ଲିଷ୍ଟ ଏ’ରୁ ୧୭ ଓ ୫ ଟ୍ବେଣ୍ଟି-୨୦ରୁ ୮ ୱିକେଟ୍‌ ଅକ୍ତିଆର କରିଛନ୍ତି। ଧୀରାଜ ବର୍ତ୍ତମାନ ଭାରତୀୟ ଡାକ ବିଭାଗରେ କାର୍ଯ୍ୟରତ ଅଛନ୍ତି।

Related posts

ଚେନ୍ନାଇ ସୁପର କିଙ୍ଗସକୁ ୩ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ

Odisha Sports Bureau

ଟି -୨୦ କୁ ବାତ୍ୟା ଭୟ

Odisha Sports Bureau

ଦୃଷ୍ଟିହୀନ ଟି-୨୦ରେ ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟ

Odisha Sports Bureau