Cricket

ରୋହିତ ଶର୍ମାଙ୍କ ପ୍ରଦର୍ଶନ ନିରାଶ ଜନକ: ଗାଭାସ୍କର

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରହିଥିବା ଅବଧି ମଧ୍ୟରେ ରୋହିତ ଶର୍ମାଙ୍କଠୁ ଅଧିକ କିଛି ଆଶା ରଖିଛନ୍ତି କିମ୍ବଦନ୍ତି କ୍ରିକେଟର ସୁନିଲ ଗାଭାସ୍କର। କିନ୍ତୁ ଗତ କିଛି ମାସ ମଧ୍ୟରେ ହୋଇଥିବା ମ୍ୟାଚଗୁଡ଼ିକୁ ଦେଖିଲେ ରୋହିତଙ୍କ ପ୍ରଦର୍ଶନ ତାଙ୍କୁ ନିରାଶ କରିଛି ବୋଲି ଗାଭାସ୍କର କହିଛନ୍ତି। ଟ୍ବେଣ୍ଟି-୨୦ କ୍ରିକେଟରେ ରୋହିତଙ୍କ ପାଖରେ ଆଇପିଏଲ୍ ଅଭିଜ୍ଞତା ଥିଲା। ଅଧିନାୟକ ଭାବେ ଶତାଧିକ ମ୍ୟାଚ୍ ଖେଳିସାରିଲେଣି। ହେଲେ ଆଇପିଏଲର ଜଣେ ଶ୍ରେଷ୍ଠ ଖେଳାଳି ଫାଇନାଲରେ ପହଞ୍ଚି ନପାରିବା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ସେ କହିଛନ୍ତି।

ଗାଭାସ୍କରଙ୍କ ମତରେ ଭାରତରେ ପ୍ରଦର୍ଶନ ଦେବା ଭିନ୍ନ କଥା। କିନ୍ତୁ ଯେତେବେଳେ ବିଦେଶ ମାଟିରେ ଆମେ ଭଲ ଖେଳିବା ତାହାହିଁ ଆମର ଅସଲ ପରୀକ୍ଷା ହେବ। କିନ୍ତୁ ସେହିଠାରେ ହିଁ ରୋହିତ ନିରାଶ କରୁଛନ୍ତି। ଡବ୍ଲ୍ୟୁଟିସି ଫାଇନାଲରେ ଭାରତର ପରାଜୟ ପରେ ରୋହିତ ଓ ରାହୁଲ ଦ୍ରାବିଡଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ମ୍ୟାଚ୍ ପାଇଁ ଓ ମ୍ୟାଚ୍ ସମୟରେ ସେମାନେ ନେଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ସେମାନଙ୍କୁ ଦାୟୀ କରାଯାଇପାରେ ଏବଂ ଏହା ଉପରେ ଟିମ୍ ମ୍ୟାନେଜମେଣ୍ଟ ସମୀକ୍ଷା କରିବା ଉଚିତ ବୋଲି ସେ କହିଛନ୍ତି।

Related posts

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌କୁ ୩-୦ରେ ଜିତିଲା ଭାରତ

ଆଇପିଏଲରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ କଡ଼ା ଟକ୍କର

ପୁଣି କଳଙ୍କିତ ହେଲା ଜେଣ୍ଟିଲମ୍ୟାନ୍ସ ଗେମ କ୍ରିକେଟ

Odisha Sports Bureau