Football

ନ୍ୟୁଜିଲାଣ୍ଡର ଐତିହାସିକ ବିଜୟ

ଅକ୍‌ଲାଣ୍ଡ: ଫିଫା ମହିଳା ବିଶ୍ବକପ୍‌ ଗୁରୁବାରଠୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ସହ ଆୟୋଜକ ନ୍ୟୁଜିଲାଣ୍ଡ ୪୨,୦୦୦ରୁ ଊର୍ଦ୍ଧ୍ବ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଐତିହାସକ ସଫଳତା ପାଇଛି। ଅନ୍ୟତମ ଆୟୋଜକ ଦଳ ୧-୦ ଗୋଲ୍‌ରେ ପୂର୍ବତନ ବିଜେତା ନରୱେକୁ ପରାସ୍ତ କରି ବିଶ୍ବକପ୍‌ ଇତିହାସରେ ପ୍ରଥମ ବିଜୟ ପାଇଛି। ପୂର୍ବରୁ ୫ ଥର ବିଶ୍ବକପ୍‌ରେ ୧୫ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ବିଜୟ ଶୂନ୍ୟ ରହିଥିଲା ନ୍ୟୁଜିଲାଣ୍ଡ। ଗୁରୁବାର ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ସରିଥିଲା।

ଦ୍ବିତୀୟାର୍ଦ୍ଧର ଆରମ୍ଭରୁ ହାନ୍ନା ୱିଲକିନସନ (୪୮ ମିନିଟ୍‌) ଘରୋଇ ଦଳ ଅଗ୍ରଣୀ ନେଇଥିଲା। ଏହାପରେ ଆଉ ଗୋଲ୍‌ ନ ହେବାରୁ ନ୍ୟୁଜିଲାଣ୍ଡ ବିଶ୍ବକପ୍‌ରେ ପ୍ରଥମ ବିଜୟ ସ୍ବାଦ ପାଇଥିଲା। ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆ ସହ ମିଶି ନ୍ୟୁଜିଲାଣ୍ଡ ୩୨ ରାଷ୍ଟ୍ରୀୟ ଏହି ପ୍ରତିଯୋଗିତାର ଆୟୋଜନ କରୁଛି। ଗୁରୁବାର ଖେଳାଯାଇଥିବା ଅନ୍ୟଏକ ମ୍ୟାଚ୍‌ରେ ଯୁଗ୍ମ ଆୟୋଜକ ଅଷ୍ଟ୍ରେଲିଆ ୧-୦ ଗୋଲ୍‌ରେ ରିପବ୍ଲିକ୍‌ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା।

Related posts

ପଦ୍ମ ପୁରସ୍କାର ସମ୍ମାନରେ ସମ୍ମାନିତ ହେଲେ ୫ଜଣ କ୍ରୀଡ଼ାବିତ

Odisha Sports Bureau

ଓଡିଶାର ଦୁଇ ମହିଳା ଖେଳାଳୀ ଭାରତୀୟ ଫୁଟବଲ ଦଳରେ ସାମିଲ

Odisha Sports Bureau

ପ୍ରଥମ ଭାରତୀୟ ଭାବେ ପ୍ରଫୁଲ୍ଲ ପଟେଲ ଫିଫା ପରିଷଦର ସଦସ୍ୟ