body bilder

ଜିମରେ ଫିଟନେସ୍ ଟ୍ରେନରଙ୍କ ମୃତ୍ୟୁ

ନୂଆଦିଲ୍ଲୀ:  ଇଣ୍ଡୋନେସିଆର ବାଲିରେ ବସବାସ କରୁଥିବା ଜଣେ ବଡ଼ିବିଲଡର ତଥା ଫିଟନେସ ଟ୍ରେନରଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ୍ୟୁ ହୋଇଥିବା ଫିଟନେସ ଟ୍ରେନରଙ୍କ ନାମ ଜିଷ୍ଟିନ ଭିକ୍କି ବୋଲି ଜଣାପଡ଼ିଛି।

ଜିଷ୍ଟିନ ସବୁଦିନ ପରି ଆଜି ବି ଜିମକୁ କସରତ କରିବାକୁ ଆସିଥିଲେ। ଜିମରେ ପହଞ୍ଚି ସମସ୍ତଙ୍କ ସହିତ କଥା ହେବା ସହ ହସ ମଜାକ କରି ଏକ୍ସରସାଇଜ କରିବାକୁ ପ୍ରସ୍ତୁତ ହୋଇଥିଲେ। ଏତିକି ବେଳେ ଘଟିଥିଲା ଅଘଟଣ । ଭିକ୍କି ଜିମରେ ୨୧୦ କିଲୋଗ୍ରାମର ଓଜନ ଉଠାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଭିକ୍କିଙ୍କ ବେକରେ ଆଘାତ ଲାଗିଥିଲା। ସେ ଯନ୍ତ୍ରଣାରେ ଛଟପଟ ହୋଇଯାଇଥିଲେ। ସଙ୍ଗେସଙ୍ଗେ ଜିମରେ ଥିବା ଲୋକେ ଭିକ୍କିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭିକ୍କି ଜିମରେ କସରତ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଭିକ୍କି କାନ୍ଧରେ ଓଜନ ଉଠାଉଥିବା ସମୟରେ ତଳେ ଟଳି ପଡ଼ୁଥିବା ବି ଭିଡିଓରେ ଦେଖିବାକୁ ମିଳୁଛି।

Related posts

ଚର୍ଚ୍ଚିତ ବଡିବିଲଡରଙ୍କ ପରଲୋକ