Cricket

ଏସୀୟ କ୍ରୀଡ଼ାର ପ୍ରଥମ ଦୁଇ ମ୍ୟାଚ୍ରୁ ବାଦ ପଡିବେ ହର୍ମନପ୍ରୀତ୍

ମୁମ୍ବାଇ : ଏସୀୟ କ୍ରୀଡାର ପ୍ରଥମ ଦୁଇଟି ମ୍ୟାଚରୁ ବାଦ ପଡି ପାରନ୍ତି ଭାରତୀୟ ମହିିଳା ଦଳର ଅଧିନାୟକ ହର୍ମନପ୍ରୀତ କୌର । ବାଂଲାଦେଶ ବିପକ୍ଷରେ ଚାଲିଥିବା ତୃତୀୟ ଦିନିକିଆ ମ୍ୟାଚ ସମୟରେ ୱିକେଟ ଭାଙ୍ଗିବା ଓ ଅମ୍ପାୟାରଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିବା ମାମଲାରେ ତାଙ୍କ ଉପରେ କଠୋର ପଦକ୍ଷେପ ନେଇପାରନ୍ତି ଆଇସିସି । ବାଂଲାଦେଶର ମ୍ୟାଚ୍ ରେଫରି ଅକତର ଅହମଦ ଏହି ଘଟଣା ଉପରେ ଆଇସିସିକୁ ରିପୋର୍ଟ କରିଛନ୍ତି। ତାଙ୍କ ଉପରେ ଲଗାଯାଇଥିବା ଦଫାକୁ ଯଦି ଆଇସିସି ଦଣ୍ଡବିଧାନ କରେ, ତା’ହେଲେ ତାଙ୍କୁ ଗୋଟିଏ ଟେଷ୍ଟ କିମ୍ବା ଦୁଇଟି ସୀମିତ ଓଭର ମ୍ୟାଚ୍ରୁ ବାଦ କରାଯାଇପାରେ। କିମ୍ବା ଆର୍ଥିକ ଭାବେ ମଧ୍ୟ ତାଙ୍କୁ ଦଣ୍ଡିତ କରାଯିବା ସମ୍ଭାବନା ରହିଥିବା ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଯଦି ଦୁଇଟି ମ୍ୟାଚ୍ ବାସନ୍ଦ ଦଣ୍ଡ ଲାଗୁ କରାଯାଏ, ତାହେଲେ ଏସୀୟ କ୍ରୀଡ଼ାରେ ଭାରତର ପ୍ରଥମ ଦୁଇ ମ୍ୟାଚ୍ରେ ସେ ବାହାରେ ରହିପାରନ୍ତି। ହର୍ମନପ୍ରୀତ୍ଙ୍କ ଅଣଖେଳୁଆଡ଼ ଆଚରଣ ସହିତ ଟ୍ରଫି ସହ ଫଟୋ ଉଠାଯିବା ସମୟରେ ବାଂଲାଦେଶୀ ଖେଳାଳିଙ୍କୁ ସମାଲୋଚିତ କରିବା ଘଟଣାକୁ ଅନେକ ପୂର୍ବତନ କ୍ରିକେଟର ନାପସନ୍ଦ କରିଛନ୍ତି।

 

Related posts

ବାରବାଟୀ ଅଭିମୁଖେ ଖେଳାଳି

ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପିସିବିର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ; କୋଚ୍ରୁ ଅଧିନାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ବଦଳାଇଲା

Odisha Sports Bureau

ସଚିନଙ୍କୁ ୫୦ ବର୍ଷ

Odisha Sports Bureau