ମୁମ୍ବାଇ; ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ବାଜି ଜିତିଲା ଇଣ୍ଡିଜ । ୬ ଓ୍ଵିକେଟରେ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜ ବରାବର କରିଛି ଘରୋଇ ଦଳ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦେବା ଟିମ୍ ପରାଜୟର କାରଣ ସାଜିଲା ବୋଲି ଫ୍ୟାନ୍ସ କହୁଛନ୍ତି । ତେବେ ପ୍ରଥମେଟସ୍ ଜିତିଥିଲେ କାରବୀୟ ଦଳର ଅଧିନାୟକ ସାଇ ହୋପ୍ । ଏହାପରେ ସେ ପ୍ରଥମେ ବୋଲିଂର ନିଷ୍ପତି ନେଇଥିଲେ । ଭାରତର ଦୁଇ ଓପନର ଇଶାନ କିଶାନ ଓ ଶୁଭମନ ଗିଲ୍ ଚମକ୍ରାର ବ୍ୟାଟିଂ କରି ପ୍ରଥମ ୱିକେଟରେ ୯୦ ରନ୍ କରିପାରିଥିଲେ । ହେଲେ ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ିଚାଲିଥିଲା । ଫଳରେ ଭାରତୀୟ ଦଳ ୪୦ ଦଶମିକ ୫ ଓଭରରେ ୧୮୧ ରନରେ ଅଲଆଉଟ୍ ହୋଇଯାଇଥିଲା ଟିମ୍ ହାରିବା ଯୋଗୁଁ ଫ୍ୟାନ୍ସ ରୋହିତ ଶର୍ମା ଏବଂ ବିରାଟଙ୍କୁ ମିସ୍ କରିଥିଲେ ।ସଞ୍ଜୁ ସାମସନ୍ ଓ ଅକ୍ଷର ପଟେଲଙ୍କୁ ଦଳରେ ସ୍ଥାନ ମିଳିଥିବା ମ୍ୟାଚ ତାଙ୍କ ପ୍ରଦର୍ଶନ ପ୍ରଭାବହୀନ ଥିଲା । ଅକ୍ଷର କେବଳ ୧ ରନ୍ କରିଥିବା ବେଳେ ସଞ୍ଜୁ ୯ ରନ୍ କରି ଆଉଟ୍ ହୋଇଥିଲେ । କେବଳ ଗିଲ୍ ଓ ଈଶାନ ୯୦ ରନର ଦୃଢ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ଗିଲ୍ ୩୪ ରନ୍ କରିଥିବା ବେଳେ ଈଶାନ ୫୫ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ । କେବଳ ବ୍ୟାଟର ନୁହଁନ୍ତି ଫେଲ୍ ମାରିଥିଲେ ବୋଲର । ପ୍ରଥମ ମ୍ୟାଚରେ ସ୍ପିନର ଯୋଡି କୁଲଦୀପ-ଜାଡେଜା ଯେଉଁ ପ୍ରଦର୍ଶନ ଦେଇଥିଲେ, ଦ୍ୱିତୀୟ ମ୍ୟାଚରେ କିଛି ପ୍ରଭାବ ପକାଇପାରିନଥିଲେ । ତେବେ ଦ୍ୱିତୀୟ ଦିନିକିଆ ଜିତି ୱେଷ୍ଟଇଣ୍ଡିଜ୍ ସିରିଜ ୧-୧ରେ ବରାବର କରିଛି ।