Uncategorized

ବିଶ୍ୱ ପୁଲିସ ଓ ଫାୟାର କ୍ରୀଡ଼ାରେ ଚିନ୍ମୟୀଙ୍କୁ ଦୁଇ ସ୍ୱର୍ଣ୍ଣ

ଭୁବନେଶ୍ୱର : କାନାଡ଼ାରେ ଆୟୋଜିତ ବିଶ୍ୱ ପୁଲିସ ଓ ଫାୟାର କ୍ରୀଡ଼ାରେ ଭାରତରୁ ପ୍ରତିନିଧିତ୍ବ କରିଥିବା ଓଡ଼ିଆ ଝିଅ ଚିନ୍ମୟୀ ଭୂୟାଁ ୨ଟି ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶା ପୁଲିସରେ କାର୍ଯ୍ୟରତ କରାଟେକା ଚିନ୍ମୟୀ ଫାଇଟ୍‌ର ୬୦ କେଜି ବ୍ୟକ୍ତିଗତ ବର୍ଗ ସହ ଦଳଗତ ଫାଇଟ୍‌ରେ ଏହି ପଦକ ଜିତିଥିଲେ।

୨୫ ସେପ୍ଟେମ୍ବର ୨୦୧୫ରେ ଚିନ୍ମୟୀଙ୍କଠୁ ଭୁବନେଶ୍ଵର ରାସ୍ତାରେ ସୁନା ଚେନ୍‌ ଓ ମୋବାଇଲ ଦୁର୍ବୃତ୍ତ ଛଡ଼ାଇ ନେଇଥିଲେ। ସେ ଏକାକୀ ଦୁର୍ବୃତ୍ତଙ୍କୁ କାବୁ କରି ନିଜର ଚେନ୍‌ ଓ ମୋବାଇଲ ଉଧାର କରିଥିଲେ। ଏହି ସାହାସିକ କାର୍ଯ୍ୟ ପାଇଁ ଜାତୀୟ କରାଟେ ପଦକ ବିଜୟିନୀ ଚିନ୍ମୟୀଙ୍କୁ ୨୦୧୭ ଜାନୁଆରିରେ ଦୈତନଗରୀ କମିସନରେଟ୍‌ ପୁଲିସରେ ଚାକିରି ମିଳିଥିଲା। ଚିନ୍ମୟୀ ଉତ୍କଳ କରାଟେ ସ୍କୁଲ୍‌ରେ ପ୍ରଶିକ୍ଷଣ ନେଉଛନ୍ତି। ବିଶ୍ୱ ପ୍ରତିଯୋଗିତାରେ ସଫଳତା ପାଇଁ ଚିନ୍ମୟୀଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ମିଳିବାକୁ ଲାଗିଛି।

Related posts

ସାମ୍ବାଦିକ ସମ୍ମିଳନୀରେ ବଡ ବୟାନ ରଖିଲେ କେ ଏଲ୍ ରାହୁଲ

Odisha Sports Bureau

ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଲେ ବିରାଟ କୋହଲି

ଅବସର ନେବା ପରେ ଅଶ୍ୱିନୀଙ୍କୁ କିଏ କରିଥିଲେ କଲ

Odisha Sports Bureau