Uncategorized

ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଲେ ବିରାଟ କୋହଲି

ନୂଆଦିଲ୍ଲୀ-: ଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ କୋହଲି । ପୂର୍ବରୁ ଏନେଇ ବିସିସିଆଇକୁ ଅବଗତ କରାଇଥିବା ବେଳେ ଆଜି ବିଧିବଦ୍ଧ ଭାବେ ଟେଷ୍ଟରୁ ସନ୍ୟାସ ଗ୍ରହଣ କରିଛନ୍ତି ବିରାଟ । ଏନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିଧିବଦ୍ଧ ଭାବେ ପୋଷ୍ଟ କରି ସୂଚନା ଦେଇଛନ୍ତି । କୋହଲିଙ୍କ ଅବସର ସହିତ, ଏକ ଯୁଗର ଅନ୍ତ ଘଟିଛି। ପୂର୍ବରୁ ରୋହିତ ଶର୍ମା ଟେଷ୍ଟରୁ ବିରତି ନେଇଥିବା ବେଳେ ଏବେ ବିରାଟ ଅବସର ଘୋଷଣା କରିଛନ୍ତି ।

ଭାରତୀୟ କ୍ରିକେଟକୁ ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ବଡ଼ ଝଟ୍‌କା ଲାଗିଛି। ରୋହିତ ଶର୍ମାଙ୍କ ପରେ ଏବେ ବିରାଟ କୋହଲୀ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ସୋମବାର ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଅବସର ଘୋଷଣା କରିଛନ୍ତି ବିରାଟ। ଗତ କିଛି ଦିନ ଧରି ଗଣମାଧ୍ୟମରେ ଆଲୋଚନା ହେଉଥିଲା ଯେ, କୋହଲୀ ତାଙ୍କ ଅବସର ବିଷୟରେ ବିସିସିଆଇକୁ ଜଣାଇଥିଲେ, କିନ୍ତୁ ଆଗାମୀ ଇଂଲଣ୍ଡ ଟେଷ୍ଟ ସିରିଜକୁ ଦୃଷ୍ଟିରେ ରଖି ବିସିସିଆଇ ତାଙ୍କୁ ତାଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ କହିଥିଲା। କିନ୍ତୁ କୋହଲୀ ଟେଷ୍ଟରୁ ସନ୍ନ୍ୟାସ ନେବାକୁ ହିଁ ନିଷ୍ପତ୍ତି ନେଇଛନ୍ତି।

ବିରାଟ କୋହଲି ଟେଷ୍ଟ ଜର୍ସି ପିନ୍ଧିଥିବା ନିଜର ଏକ ଫଟୋ ଶେୟାର କରି ଲେଖିଛନ୍ତି, ‘ଟେଷ୍ଟ କ୍ରିକେଟରେ ମୁଁ ପ୍ରଥମ ଥର ପାଇଁ ବ୍ୟାଗି ବ୍ଲୁ ଜର୍ସି ପିନ୍ଧିବାର ୧୪ ବର୍ଷ ବିତିଗଲାଣି। ସତ କହିବାକୁ ଗଲେ, ଏହି ଫର୍ମାଟ ମୋତେ ଏତେ ଦୂରକୁ ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଏହା ମୋର ପରୀକ୍ଷା ନେଇଛି, ମୋତେ ଗଠନ କରିଛି ଏବଂ ମୋତେ ଏପରି ଶିକ୍ଷା ଦେଇଛି ଯାହାକୁ ମୁଁ ଜୀବନ ସାରା ମୋ ସହିତ ବହନ କରିବି।’

କୋହଲି ଆହୁରି ଲେଖିଛନ୍ତି, ହ୍ବାଇଟ ଜର୍ସି ପିନ୍ଧି ଖେଳିବା ଏକ ଅତ୍ୟନ୍ତ ବ୍ୟକ୍ତିଗତ ଅଭିଜ୍ଞତା। ନୀରବ କଠିନ ପରିଶ୍ରମ, ଲମ୍ବା ଦିନ, ଛୋଟ ଛୋଟ ମୁହୂର୍ତ୍ତ କୁ କେହି ଦେଖନ୍ତି ନାହିଁ କିନ୍ତୁ ଏହା ସବୁଦିନ ପାଇଁ ଆପଣଙ୍କ ସହିତ ରହିଥାଏ। ଯେତେବେଳେ ମୁଁ ଏହି ଫର୍ମାଟରୁ ଦୂରେଇ ଯାଉଛି ଏହା ସହଜ ନୁହେଁ କିନ୍ତୁ ଏହା ଠିକ ଅନୁଭବ ହୁଏ। ମୁଁ ଏଥିରେ ମୋର ସର୍ବସ୍ବ ଦେଇଛି ଏବଂ ଏହା ମୋତେ ଆଶାଠାରୁ ଅଧିକ ଦେଇଛି।

Related posts

ପଡିଆରେ ମାହିଙ୍କ ପୁରୁଣା ଅନ୍ଦାଜ

Odisha Sports Bureau

ସରସ୍ବତୀ ବିଦ୍ୟା ମନ୍ଦିରରେ ୩୪ତମ ରାଷ୍ଟ୍ରୀୟ ଖେଳକୁଦ ସମାରୋହ ଉଦଯାପିତ

Odisha Sports Bureau

ମହିଳା ୧୦୦ ମିଟର ଦୌଡର ଭାରତର ପ୍ରୀତି ପାଲ ଆଣିଲେ ବ୍ରୋଞ୍ଜ ପଦକ

Odisha Sports Bureau