Cricket

ବର୍ଷା ଧୋଇ ନେଇଛି ସନ୍‌ରାଇଜର୍ସ ହାଇଦ୍ରାବାଦର ପ୍ଲେ ଅଫ୍ ଆଶା

ମୁମ୍ବାଇ: ସନ୍‌ରାଇଜର୍ସ ହାଇଦ୍ରାବାଦର ପ୍ଲେ ଅଫ୍ ଆଶାକୁ ଶେଷରେ ବର୍ଷା ଧୋଇ ନେଇଛି। ‘କର ବା ମର’ ସ୍ଥିତିରେ ଥିବାରୁ ପ୍ରଭାବୀ ବୋଲିଂ କରିଥିଲେ ମଧ୍ୟ ବର୍ଷା କାରଣରୁ ଦଳ ଏକ ବିଜୟରୁ ବଞ୍ଚିତ ହୋଇଛି ଏବଂ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍ ପଡ଼ିଛି। ବାତିଲ ମ୍ୟାଚ୍‌ରୁ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଗୋଟିଏ ପଏଣ୍ଟ୍ ନେଇ ଖୁସି ହୋଇଯାଇଛି। ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ପାୱାର ପ୍ଲେ ଭିତରେ ୪ ୱିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏହି ୪ଟିରୁ ତିନିଟି ୱିକେଟ୍ ଅକ୍ତିଆର କରିଥିଲେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ପ୍ୟାଟ୍ କମିନ୍ସ। ତା’ପୁଣି ଅପୂର୍ବ ସଂଯୋଗର ସହ। ନିଜର ସ୍ପେଲ୍‌ର ୩ଟି ଯାକ ଓଭରରେ ଏହି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ରତି ଥର ପ୍ରଥମ ବଲ୍‌ରେ ୱିକେଟ୍ ନେଇଥିଲେ। ମ୍ୟାଚ୍‌ର ପ୍ରଥମ ବଲ୍‌ରେ କରୁଣ ନାୟାର (୦)ଙ୍କୁ ପ୍ୟାଭିଲିଅନ୍ ପଠାଇବା ପରେ ନିଜ ଦ୍ବିତୀୟ ଓଭର ପ୍ରଥମ ବଲ୍‌ରେ ଫାପ୍ ଡୁ ପ୍ଲେସିସ୍ (୩) ଏବଂ ତୃତୀୟ ଓଭର ପ୍ରଥମ ବଲ୍‌ରେ ଅଭିଷେକ ପୋରେଲ (୮)ଙ୍କୁ ସମାନ ରାସ୍ତା ଦେଖାଇଥିଲେ।

ସଂଯୋଗବଶତଃ ଏହି ୩ଟି ୱିକେଟ୍ ପତନ ବେଳେ ୱିକେଟ୍‌ ପଛପଟେ ଈଶାନ କିଶନ୍ ନେଇଥିଲେ କ୍ୟାଚ୍‌। ପାୱାର ପ୍ଲେ ଭିତରେ ଚତୁର୍ଥ ୱିକେଟ୍‌ଟିରେ ମଧ୍ୟ କମିନ୍ସଙ୍କ ହାତ ରହିଥିଲା। ପ୍ରତିପକ୍ଷ ଅଧିନାୟକ ଅକ୍ଷର ପଟେଲ୍‌ (୬)ଙ୍କ କ୍ୟାଚ୍‌ ନେଇଥିଲେ ହର୍ଷଲ ପଟେଲଙ୍କ ବୋଲିଂରେ। ଏହା ପରେ ମଧ୍ୟ ଦୁଇଟି ୱିକେଟ୍ ପ୍ରଥମ ବଲ୍‌ରେ ପତନ ଘଟିଥିଲା। କେଏଲ୍ ରାହୁଲ (୧୦)ଙ୍କୁ ଜୟଦେବ ଉନାଦକଟ୍‌ ମଧ୍ୟ ଈଶାନ କିଶନଙ୍କୁ ଚତୁର୍ଥ କ୍ୟାଚ୍‌ ଦେଇଥିଲା। ବିପ୍ରଜ ନିଗମ (୧୮) ବି ପ୍ରଥମ ବଲ୍‌ରେ ରନ୍‌ ଆଉଟ୍ ‌ହୋଇଥିଲେ। ତ୍ରୟୋଦଶ ଓଭର ଆରମ୍ଭ ବେଳକୁ ୬୨/୬ରେ ସଂଘର୍ଷ କରିଥିବା ଦିଲ୍ଲୀ ପାଇଁ ତ୍ରିଷ୍ଟନ୍ ଷ୍ଟବ୍ସ (୩୬ ବଲ୍‌ରୁ ୪୧* ରନ୍‌) ଏବଂ ଇମ୍ପାକ୍ଟ ଖେଳାଳି ଆଶୁତୋଷ ଶର୍ମା (୨୬ ବଲ୍‌ରୁ ୪୧ ରନ୍) ୬୬ ରନ୍ ଭାଗୀଦାରି କରି କିଛିଟା ସମ୍ମାନ ରକ୍ଷା କରିଥିଲେ।

Related posts

ବିସିସିଆଇ ଘୋଷଣା କଲା ୨୦୨୬-୨୭ ଘରୋଇ ସିଜିନ୍ ସୂଚୀ; ଡିସେମ୍ବର ୨୪ରେ ବାରବାଟୀରେ T-20 ମ୍ୟାଚ୍

Odisha Sports Bureau

ଭାରତୀୟ କ୍ରିକେଟରେ ଦେଓଧର ଟ୍ରଫିର ମହତ୍ତ୍ୱ କ’ଣ?

Odisha Sports Bureau

ବିଦାୟକାଳୀନ ମ୍ୟାଚ ଖେଳିବେନି କୋହଲି

Odisha Sports Bureau