Cricket

କ୍ରିକେଟ୍ ବିଶ୍ୱକପ ସେମିଫାଇନାଲରେ ଟିକେଟ୍‌ ମୂଲ୍ୟ ୪୫ ହଜାର !

ମୁମ୍ବାଇ: କ୍ରିକେଟ୍ ବିଶ୍ୱକପ ସେମିଫାଇନାଲରେ ଟିକେଟ୍‌ ମୂଲ୍ୟ ୪୫ ହଜାର ! ହଁ ଦର୍ଶକ ବନ୍ଧୁ ଭାରତରେ ଅକ୍ଟୋବର ଓ ନଭେମ୍ବରରେ ଖେଳାଯିବ ୱାନ ଡେ ୱାର୍ଲଡ କପ । ନଭେମ୍ବର ୧୫ରେ ଏହି ବିଶ୍ବକପ୍‌ର ଗୋଟିଏ ସେମିଫାଇନାଲ୍‌ ସହ ୫ ମ୍ୟାଚ୍‌ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ ଗୁଡ଼ିକର ଟିକେଟ୍‌ ମୂଲ୍ୟ ନିର୍ଦ୍ଧାରଣ ମଙ୍ଗଳବାର ମୁମ୍ବାଇ କ୍ରିକେଟ୍‌ ସଂଘର ଆପେକ୍ସ କାଉନସିଲ ବୈଠକରେ ହୋଇଛି। ଏମ୍‌ସିଏ ଏହାକୁ ବିସିସିଆଇ ନିକଟକୁ ଅନୁମୋଦନ ପାଇଁ ପଠାଇ ଦେଇଛି।

ସେମିଫାଇନାଲ୍‌ ପାଇଁ ହସ୍‌ପିଟାଲିଟି ବକ୍ସର ପ୍ରତି ଟିକେଟର୍‌ ମୂଲ୍ୟ ୪୫ ହଜାର ଟଙ୍କା ରହିଛି। ସଚିନ ତେନ୍ଦୁଲକର ଓ ଦିଲୀପ ଭେଙ୍ଗସରକାର ଷ୍ଟାଣ୍ଡର ହସ୍‌ପିଟାଲିଟି ସିଟ୍‌ ଲେବଲ୍‌-୨ର ମୂଲ୍ୟ ୪୦ ହଜାର ରଖାଯାଇଛି। ଏହି ‌ଷ୍ଟାଣ୍ଡର ଲେବଲ୍‌-୧ ଓ ଲେବଲ-୩ର ଟିକେଟ୍‌ ମୂଲ୍ୟ ଯଥାକ୍ରମେ ୫ ଓ ୪ ହଜାର ରଖିବା ଲାଗି ପ୍ରସ୍ତାବ ଦେଇଛି ଏମ୍‌ସିଏ। ସୁନିଲ ଗାଭାସ୍କର ଷ୍ଟାଣ୍ଡ ଲେବଲ-୧ର ଗୋଟିଏ ଟିକେଟ୍‌ ମୂଲ୍ୟ ୨୫୦୦ ଏବଂ ଲେବଲ-୨ର ୪୫୦୦ ରହିଛି। ସେହିପରି ସେମିଫାଇନାଲ୍‌ ଲାଗି ଭିଠଲ ‌ଦିଭେଚା ପାଭିଲିୟନ ଓ ବିଜୟ ମର୍ଚାଣ୍ଟ ଷ୍ଟାଣ୍ଡ ଲେବଲ-୨ର ମୂଲ୍ୟ ୫୦୦୦।

ସେମିଫାଇନାଲ୍‌ ବାଦ୍‌ ୱାଙ୍ଖଡେରେ ନଭେମ୍ବର ୨ରେ ଭାରତ-ଶ୍ରୀଲଙ୍କା , ଅକ୍ଟୋବର ୨୧ରେ ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା, ଅକ୍ଟୋବର ୨୪ରେ ଦକ୍ଷିଣ ଆଫ୍ରିକା-ବାଂଲାଦେଶ ଏବଂ ନଭେମ୍ବର ୭ରେ ଅଷ୍ଟ୍ରେଲିଆ-ଆଫଗାନିସ୍ତାନ ମ୍ୟାଚ୍‌ ଖେଳାଯିବ। ଏମ୍‌ସିଏ ସଦସ୍ୟ କ୍ଲବ୍‌ଗୁଡ଼ିକୁ ୫୦ ପ୍ରତିଶତ ରିହାତିରେ ଟିକେଟ୍‌ ଦେବ ବୋଲି ସୂଚନା ମିଳିଛି।

Related posts

ଗୋଟିଏ ଓଭର୍ ୪ ଛକା ମାରି ଶାହୀନ ଆଫ୍ରିଦିଙ୍କୁ ତାଜୁବ୍ କରିଥିଲେ ଏହି ବ୍ୟାଟ୍ସମ୍ୟାନ୍….

Odisha Sports Bureau

IPL 2026 ରେ ନିରାଶାଜନକ ପ୍ରଦର୍ଶନ ପରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡିପାରନ୍ତି…

ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା

Odisha Sports Bureau