Cricket

ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା ଏହି ଷ୍ଟାର୍ ବ୍ୟାଟର

ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଇଂଲଣ୍ଡର ୩୪ ବର୍ଷୀୟ ଷ୍ଟାର ଓପନର ଆଲେକ୍ସ ହେଲ୍ସ। ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହା ଜଣାଇଛନ୍ତି । ହେଲ୍ସ ତାଙ୍କ ପୋଷ୍ଟରେ ଲେଖିଛନ୍ତି “ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଦେଶ ପାଇଁ ତିନୋଟି ଫର୍ମାଟରେ ୧୫୬ ଟି ମ୍ୟାଚ୍ ଖେଳିବା ମୋ ପାଇଁ ଗର୍ବର ବିଷୟ।”

ସନ୍ନ୍ୟାସ ଘୋଷଣା ସହିତ ଆଲେକ୍ସ ଅନ୍ତର୍ଜାତୀୟ କ୍ରିକେଟର କ୍ୟାରିୟର ଅଧିକ ଦିନ ପର୍ଯ୍ୟନ୍ତ ରହିଲା ନାହିଁ। ତେବେ ଟି-୨୦ ଫର୍ମାଟ୍ରେ ତାଙ୍କର ଭୂମିକା ଇଂଲଣ୍ଡ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୧୧ରେ ଇଂଲଣ୍ଡ ଟିମ୍ ପାଇଁ ଡେବ୍ୟୁ ଥିବା ହେଲ୍ସ ଦୀର୍ଘ ୧୨ ବର୍ଷ କ୍ରିକେଟ ଖେଳିବା ପରେ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏହି ୧୨ ବର୍ଷ ମଧ୍ୟରେ ସେ ୧୧ ଟି ଟେଷ୍ଟ, ୭୦ ଟି ଦିନିକିଆ ଏବଂ ୭୫ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଡାହାଣହାତୀ ବ୍ୟାଟର ଆଲେକ୍ସ ହେଲ୍ସ ୩ଟି ଫର୍ମାଟ୍ରେ ଯଥାକ୍ରମେ ୫୭୩, ୨୪୧୯ ଏବଂ ୨୦୭୪ ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରୁ ୭ଟି ଶତକ ଓ ୩୧ ଅର୍ଦ୍ଧଶତକ ରହିଛି।

 

Related posts

ବିଶ୍ବନାଥଙ୍କୁ ଏକାଠି ଦର୍ଶନ କଲେ ରିଙ୍କୁ ସିଂ ଓ ପ୍ରିୟା

Odisha Sports Bureau

ଦିନିକଆ ସିରିଜ୍ ଖେଳିବେ ନାହିଁ ବୁମରା

Odisha Sports Bureau

ଟେଷ୍ଟ କିକ୍ରେଟରେ ଅମ୍ପାୟାର ହେବେ ନୀତିନ ମେନନ

Odisha Sports Bureau