Badminton

ଚତୁଃରାଷ୍ଟ୍ରୀୟ ପାରା ବ୍ୟାଡ୍‌ମିଣ୍ଟନରେ ଓଡ଼ିଆଙ୍କୁ ୪ ପଦକ

ଭୁବନେଶ୍ୱର : ଇଂଲଣ୍ଡରେ ଆୟୋଜିତ ଚତୁଃରାଷ୍ଟ୍ରୀୟ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ୩ଟି ବର୍ଗର ଫାଇନାଲ୍‌ରେ ପ୍ରବେଶ କରିଥିବା ଓଡ଼ିଆ ପୁଅ ତଥା ଖେଳରତ୍ନ ପୁରସ୍କାରପ୍ରାପ୍ତ ପ୍ର‌ମୋଦ ଭଗତ ଗୋଟିକରେ ବିଜେତା ଏବଂ ଅନ୍ୟ ଦୁଇଟିରେ ଉପବିଜେତା ହୋଇଛନ୍ତି। ପୁରୁଷ ଯୁଗଳରେ ସୁକାନ୍ତ କଦମଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ଫାଇନାଲ୍‌ରେ ଓଡ଼ିଶାର ଅନ୍ୟ ଜଣେ ଖେଳାଳି ଦୀପ ରଂଜନ ବିଶୋଇ ଏବଂ ତାଙ୍କ ସାଥୀ ମନୋଜ ସରକରାରଙ୍କୁ ୨୧-୧୭, ୨୧-୧୭ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ କରାୟତ୍ତ କରିଥି‌ଲେ। ଦୀପ ଓ ମନୋଜ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ।

ପୁରୁଷ ଏକକ ଫାଇନାଲ୍‌ରେ ପ୍ରମୋଦ ୮-୨୧, ୧୦-୨୧ରେ ଇଂଲଣ୍ଡର ଡାନିଲ ବେଥେଲଙ୍କଠୁ ହାରିଯାଇଥିଲେ। ‌ସେହିଭଳି ମିଶ୍ରିତ ଯୁଗଳ ଫାଇନାଲ୍‌ରେ ପ୍ରମୋଦ ଓ ତାଙ୍କ ସାଥୀ ମନୀଷା ରାମଦାସ ୧୭-୨୧, ୧୭-୨୧ରେ ଇଣ୍ଡୋନେସିଆ ଯୋଡ଼ି ହିକମତ ରାମଦାନି ଓ ଲିଆନି ରାତ୍ରି ଓକତିଲାଙ୍କଠୁ ପରାସ୍ତ ହୋଇଥିଲେ। ଏହି ପ୍ରତିଯୋଗିତାରେ ପ୍ରମୋଦ ଓ ଦୀପ ସହ ଓଡ଼ିଶାରୁ ଦିଲେଶ୍ବର ରାଓ ଓ ଶୁଭ୍ରଜିତ ମହାରଣା ଅଂଶଗ୍ରହଣ କରିଥିଲେ। ଦିଲେଶ୍ବର ଓ ଶୁଭ୍ରଜିତ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲେ।

Related posts

କାନାଡ଼ା ଓପନ୍‌ ବ୍ୟାଡମିଣ୍ଟନ୍ ଜିତିଲେ ଲକ୍ଷ୍ୟ ସେନ୍‌

Odisha Sports Bureau

ଫ୍ରେଞ୍ଚ ଓପନ: ସାତ୍ତ୍ୱିକ-ଚିରା ସେମିଫାଇନାଲରେ

Odisha Sports Bureau

ଡେନମାର୍କ ଓପନ ୨୦୧୯: ଚୀରାଗ ଏବଂ ସାତ୍ୱିକସାଇରାଜଙ୍କ ବିଜୟରୁ ଆରମ୍ଭ

Odisha Sports Bureau