Hockey

କୋରିଆକୁ ହରାଇ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ସେମିରେ ଭାରତ

ଭୁବନେଶ୍ୱର: ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଅପରାଜେୟ ଭାରତ ସେମିଫାଇନାଲ୍ ସ୍ଥାନ ପକ୍କା କରିଛି। ସୋମବାର ଲିଗ୍ ମ୍ୟାଚ୍ରେ ଘରୋଇ ଦଳ ୩-୨ ଗୋଲରେ କୋରିଆକୁ ପରାସ୍ତ କରିଚି। ଫଳରେ ଭାରତ ୪ ମ୍ୟାଚ୍ରୁ ୩ ବିଜୟ ଓ ୧ ଅମୀମାଂସିତରୁ ୧୦ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିବା ସହ ପ୍ରଥମ ଦଳ ଭାବେ ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲା। ମାଲେସିଆ ମଧ୍ୟ ୪ରୁ ୩ ବିଜୟ ୧ ପରାଜୟରୁ ୯ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟରେ ରହିବା ସହ ସେମିଫାଇନାଲରେ ପହଞ୍ଚିଛି। କୋରିଆ ୫ ପଏଣ୍ଟ ପାଇ ତୃତୀୟ, ପାକିସ୍ତାନ ୫ ପଏଣ୍ଟ ପାଇ ଚତୁର୍ଥରେ ରହି ସେମିଫାଇନାଲ୍ ଦୌଡ଼ରେ ଅଛନ୍ତି। ଜାପାନ ୨ ପଏଣ୍ଟ ପାଇ ଆଶା ଉଜ୍ଜୀବିତ ଥିଲା ବେଳେ ଚୀନ୍ ୧ ପଏଣ୍ଟ ପାଇ ଏହି ଦୌଡ଼ରୁ ବାଦ୍ ପଡ଼ିଛି।

Related posts

ହକି ବିଶ୍ୱ କପ୍ ରେ ପାକିସ୍ତାନକୁ ପ୍ରାୟୋଜିତ କରିବ ପେସାୱାର ଜାଲମି ମାଲିକ ଜାଭେଦ ଆଫ୍ରିଦି

Odisha Sports Bureau

ଆସନ୍ତାକାଲି ହକି ଟ୍ରଫିକୁ ସ୍ୱାଗତ ସମ୍ବର୍ଦ୍ଧନା

Odisha Sports Bureau

କଳିଙ୍ଗ ଷ୍ଟାଡ଼ିୟମରେ ସର୍ବ ଭାରତୀୟ ହକି ପ୍ରତିଯୋଗିତା

Odisha Sports Bureau