Cricket

ଭାରତ ଶୃଙ୍ଖଳା ଜିତିଲା: ଆୟର୍ଲାଣ୍ଡ୍‌ ୩୩ ରନ୍‌ରେ ପରାସ୍ତ

ଭୁବନେଶ୍ୱର: ଆୟର୍ଲାଣ୍ଡ୍ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତ ୩୩ ରନ୍ରେ ବିଜୟୀ ହୋଇଛି। ଏଥି ସହିତ ଭାରତ ମଧ୍ୟ ୩ ମ୍ୟାଚ୍ ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତି ନେଇଛି। ତୃତୀୟ ମ୍ୟାଚ୍ ବୁଧବାର ଖେଳାଯିବ। ରବିବାର ଆୟର୍ଲାଣ୍ଡ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଙ୍ଗ କରିଥିଲା। ଭାରତ ପାଇଁ ଯଶସ୍ବୀ ଜୟସ୍ବାଲ ଏବଂ ଋତୁରାଜ ଗାଏକ୍ବାଡ ଭଲ ଆରମ୍ଭ କରିଥିଲେ ମଧ୍ୟ ଜୟସ୍ବାଲ ଅଧିକ ସମୟ ତିଷ୍ଠି ନଥିଲେ। ଜୟସ୍ବାଲଙ୍କ ବିଦାୟର ଦୁଇଟି ବଲ୍ ବ୍ୟବଧାନରେ ପ୍ରଥମ ମ୍ୟାଚ୍ ଭଳି ମଧ୍ୟ ତିଳକ ବର୍ମା (୧) ସଅଳ ଫରିଯାଇଥିଲେ। ତଥାପି ଭାରତ ପ୍ରଥମ ପାୱାର ପ୍ଲେ ଭିତରେ ୪୭ ରନ୍ ସଂଗ୍ରହ କରି ନେଇଥିଲା। ଏଥି ସହିତ ଋତୁରାଜ ଗାଏକ୍ବାଡ ଏବଂ ସଂଜୁ ସାମସନ୍ ମାତ୍ର ୭.୫ ଓଭରରେ ୭୧ ରନ୍ ଯୋଡ଼ି ବଡ଼ ସ୍କୋର୍ ପାଇଁ ପଥ ପରିସ୍କାର କରିଥିଲେ। ସଂଜୁ ୨୬ ବଲ୍ରୁ ୪୦ ରନ୍ କରି ହ୍ବାଇଟ୍ଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ। ଏହା ପରେ ପ୍ରଥମ ଥର ଅନ୍ତର୍ଜାତୀୟସ୍ତରରେ ବ୍ୟାଟିଂ କରିଥିବା ରିଙ୍କୁ ସିଂହ ତାଙ୍କ ଚିରାଚରିତ ବ୍ୟାଟିଂ କରି ମାତ୍ର ୨୧ ବଲ୍ରୁ ୩୮ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୨ ଚୌକା ଓ ୩ ଛକା ସାମିଲ ଥିଲା। ଗାଏକ୍ବାଡ ୪୩ ବଲ୍ରୁ ୫୮ ରନ୍ ସଂଗ୍ରହ କରି ମ୍ୟାକର୍ଥିଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ଶେଷ ଭାଗରେ ଶିବମ ଦୁବେ ଦୁଇଟି ବିଶାଳ ଛକା ସହିତ ୧୬ ବଲ୍ରୁ ୨୨ଞ୍ଚ ରନ୍ କରି ଭାରତକୁ ୧୮୫ ରନ୍ରେ ପହଞ୍ଚାଇଥିଲେ।

Related posts

ଭାରତ ଜିତିବା ପରେ ଖୁସି ବ୍ୟକ୍ତ କରିଛନ୍ତି ବିରାଟ କୋହଲି

ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

Odisha Sports Bureau

ମନରେଗା ଯୋଜନାରେ ବଡ଼ ଠକେଇ, କ୍ରିକେଟର ମହମ୍ମଦ ଶାମିଙ୍କ ଭଉଣୀ ଏବଂ ଭାଇଙ୍କୁ ମିଳୁଛି ମଜୁରୀ

Odisha Sports Bureau