Cricket

ଏସିଆ କପରେ ସ୍ଥାନ ପାଇବି ସ୍ୱପ୍ନରେ ବି ସୁଦ୍ଧା ଭାବିନଥିଲି

ସୋମବାର ଏସିଆ କପ ପାଇଁ ଟିମ ଚୟନ ହୋଇସାରିଛି । ଟିମରେ ତିଲକ ବର୍ମାଙ୍କ ଚୟନକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛି । ନିଜର ଦମଦାର ପ୍ରଦର୍ଶନ ବଳରେ ଏସିଆ କପ ପାଇଁ ନଜ ସ୍ଥାନ ସଂରକ୍ଷଣ କରିନେଇଛି । ଏସିଆ କପ ନେଇ ତିଲକ ବର୍ମା ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ କହିଛନ୍ତି ମୁଁ କେବେ ସ୍ୱପ୍ନରେ ଭାବିନଥିଲି ଯେ ଏସିଆ କପ ଭଳି ଟୁର୍ନାମେଣ୍ଟରେ ସ୍ଥାନ ପାଇବେ ବୋଲି ।

ଏନେଇ ବିସିସିଆଇ ଏକ ଭିଡିଓରେ ତିଲକ ବର୍ମା କହିଛନ୍ତି ‘ମୁଁ ସ୍ବପ୍ନରେ ବି ଭାବିନଥିଲି କି ମୁଁ ସିଧା ଏସିଆ କପରେ ଏକଦିବସୀୟ କ୍ୟରିଆର ଆରମ୍ଭ କରିବି । ଭାରତ ସହ ନିଜର କ୍ୟାରିଆର ଆରମ୍ଭ କରିବି ବୋଲି ସବୁବେଳେ ଭାବୁଥିଲି କିନ୍ତୁ ଏକାସଙ୍ଗେ T20ଓ ମାସେ ପରେ ଏକଦିବସୀୟରେ ସ୍ଥାନ ପାଇବି ।  ଏହା ମୋ ପାଇଁ କୋଉ ସ୍ବପ୍ନ ଠାରୁ କମ ନୁହେଁ । ଏଥିପାଇଁ ମୁଁ ମୋତେ ବହୁତ ପ୍ରାକ୍ଟିସ କରିବାକୁ ପଡ଼ିବ ଆଉ ମୁଁ କରୁଛି ।’

Related posts

WTCରେ ଗିଲ ନିଶ୍ଚୟ ଭଲ ଖେଳିବେ

ବିଶ୍ୱକପ ପୂର୍ବରୁ ଅପଗ୍ରେଡ଼ ହେବ ୭ଟି ଷ୍ଟାଡିୟମ, ପ୍ରତି ଷ୍ଟାଡିୟମକୁ ୫୦ କୋଟି ଟଙ୍କା ଦେବ ବିସିସିଆଇ

ସିରିଜ୍ ମୂଳ ପୋଛ କଲା ଭାରତ

Odisha Sports Bureau