Football

ବିଷମ କଟକ ଠାରେ ଅନ୍ତରାଜ୍ୟ ଫୁଟବଲ୍ ଟର୍ଣ୍ଣ।ମେଣ୍ଟ ଆୟୋଜିତ

ବିଷମ କଟକ (ରବିନ୍ଦ୍ର କୁମାର ସାହୁ) :ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ସଦରମହକୁମାର ମିନି ଷ୍ଟାଡିଅମ୍ ଠାରେ ପ୍ରଥମ ଡ. ଭି.ଆର୍ ଆମ୍ବେଦକର ଅନ୍ତରାଜ୍ୟ  ଫୁଟବଲ୍ ଟର୍ଣ୍ଣମେଣ୍ଟର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତୀଥି ଭାବେ ବିଷମକଟକ ଗୋଷ୍ଟି ଉନ୍ନୟନ ଅଧିକାରୀ  ସଦାଶିବ ନାୟକ ଯୋଗ ଦେଇଥିଲେ।  ସମ୍ମାନୀୟ ଅତିଥି ରୂପେ ବିଷମ କଟକ ତହସିଲଦାର କେ. ଭେଙ୍କେଟେଶ୍ୱର ରେଡି,ବ୍ଲକ୍ ଉପାଦକ୍ଷ  ଦେବି ପ୍ରସାଦ ପଟ୍ଟନାୟକ ଯୋଗଦେଇ ଟର୍ଣ୍ଣ।ମେଣ୍ଟର ସୁଭାରମ୍ଭ କରିଥିଲେ । ଆୟୋଜିତ ଟର୍ଣ୍ଣ।ମେଣ୍ଟରେ ୧୨ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ପ୍ରଥମ ମ୍ୟଚରେ  ରାୟଗଡ଼ା ରେଳବାଇ ଓ ବିଶ୍ଵନାଥପୁର ଖେଳିଥିଲେ ।

ଏହି ମ୍ୟଚରେ  ରାୟଗଡ଼ା ରେଳବାଇ ୧/୦ ଗୋଲରେ ବିଜୟଲାଭ କରିଥିଲା । ଏହି ଟର୍ଣ୍ଣ।ମେଣ୍ଟ  ଆୟୋଜନ ବିଷମ କଟକ ସଦର ବଡ଼ସାହିର ଆମ୍ବେଦକର କ୍ଲବ୍ ଦ୍ଵାରା କରାଯାଇଛି । ୧୧ ଦିନ ଧରି ଚାଲୁରହିବା ଏହି ଟୁର୍ଣ୍ଣାମେଣ୍ଟ ରେ ରାୟଗଡ଼ା ରେଳବାଇ,ବିଶ୍ଵନାଥପୁର, କୋରାପୁଟ୍, ଜେକେପୁର୍, କଣ୍ଟାବାଞ୍ଜି, ଲକ୍ଷ୍ମୀପୁର, ଥେରୁବାଲି, ଭବାନୀପାଟଣା,ରାୟଗଡ଼ା,ଗୁଣପୁର, ପଡୋଶୀ  ରାଜ୍ୟ ଆନ୍ଦ୍ରପ୍ରଦେଶର ବିଜୟନଗର ଦଳ ସହ ବିଷମ କଟକ ଆମ୍ବେଦକର ଦଳ ଅଂଶ ଗ୍ରହଣ କରିଛନ୍ତି।

Related posts

ଓଡ଼ିଶାରେ ବଣ୍ଟନ ହେବ ୪୩ହଜାର ଫୁଟବଲ: ମୁଖ୍ୟମନ୍ତ୍ରୀ

Odisha Sports Bureau

ବିଜୁ ପଟ୍ଟନାୟକ ଫୁଟ୍‌ବଲ ପ୍ରତିଯୋଗିତା: ଫାଓ ୧-୦ ଗୋଲ୍‌ରେ ବିଜୟୀ

ଓଡ଼ିଶା ଏଫ୍‌ସିର ନୂଆ କିଟ୍ ଉନ୍ମୋଚିତ

Odisha Sports Bureau