Cricket

ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ଆସିଲା ବଡ ବୟାନ , ରୋହିତଙ୍କୁ ଶାହିନ ଭୟ

ଏସଆ କପରେ ଚମକଦାର ପ୍ରଦର୍ଶନ ଜାରି ରଖିଛନ୍ତି ପାକିସ୍ତାନ ଟିମ । ପାକିସ୍ତାନ ଟିମର ବୋଲର ମାନେ ଦମଦାର ବୋଲିଙ୍ଗ କରି ବ୍ୟାଟର ମାନଙ୍କୁ ଅଡୁଆରେ ପକାଉଛନ୍ତି । ଖାସ କରି ଶହିନ ଆଫ୍ରିଦିଙ୍କ ବୋଲିଂ ଦ୍ୱରା ବ୍ୟାଟର ମାନେ ଅଡୁଆରେ ପଡୁଛନ୍ତି । ତାଙ୍କ ବୋଲିଙ୍ଗର ଶିକାର ହୋଇଛନ୍ତି ରୋହିତ ଶର୍ମା ଆଉ ବିରାଟ କୋହଲି । ଶାହିନ ଆଫ୍ରିଦିଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଶୋଏବ ଅଖତାର ।

ପାକିସ୍ତାନ ଟିମର ରାୱଲପିଣ୍ଡି ଏକ୍ସପ୍ରେସ୍ କହିଛନ୍ତି ଟିମ ଇଣ୍ଡିଆର କ୍ୟାପଟେନ ରୋହିତ ଶର୍ମାଙ୍କ ମନରେ ଭୟ ସୃଷ୍ଟି କରିସାରିଲେଣି । ଯେଉଁ କାରଣରୁ ରୋହିତ ତାଙ୍କ ବ୍ୟାଟିଂରେ ମଧ୍ୟ ପରିବର୍ତ୍ତନ କରିଛନ୍ତି । ଗତ ଭାରତ-ପାକିସ୍ତାନ ମ୍ୟାଚରେ ରୋହିତ, ସାହିନଙ୍କ ବୋଲିଂରେ ତାଙ୍କ ଷ୍ଟାଣ୍ଡ ପରିବର୍ତନ କରିଥିବାବେଳେ, ଜଗି ରଖି ବ୍ୟାଟିଂ ମଧ୍ୟ କରିଥିଲେ । ଯାହାକି ତାଙ୍କ ମନର ଭୟକୁ ଦର୍ଶାଉଛି ।

Related posts

ଟି -୨୦ ବିଶ୍ଵକପ ପରେ ଭାରତୀୟ ଦଳ ନିଉଜିଲ୍ୟାଣ୍ଡ ଗସ୍ତ କରିବ

Odisha Sports Bureau

ଭାରତ-ନେପାଳ ମ୍ୟାଚ: ଟସ ଜିତ ଭାରତ ବୋଲିଂ ନିସ୍ପତି

Odisha Sports Bureau

ରୋହିତ ଶର୍ମାଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ

Odisha Sports Bureau