Cricket

ଆସନ୍ତା କାଲି ଭାରତ ପାକିସ୍ତାନ ହାଇ ଭୋଲଟେଜ ମ୍ୟାଚ

ହାଇଭୋଲଟେଜ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖିବା ପାଇଁ ଫ୍ୟାନ୍ସ ଚାହିଁ ରହିଛନ୍ତି । ଆସନ୍ତାକାଲି ଏସିଆ କପ୍ ସୁପର-୪ ଭାରତ-ପାକିସ୍ତାନ ମହାଲଢ଼େଇ ଦେଖିବାକୁ ମିଳିବ । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଆସନ୍ତାକାଲି ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିପାରେ ଟିମ୍ ଭାରତ। ନେପାଳ ବିପକ୍ଷ ମ୍ୟାଚ୍ ଖେଳି ନଥିବା ଯଶପ୍ରୀତ ବୁମରାହ ବାପା ହେବା ପରେ ସ୍କ୍ବାଡକୁ ଫେରିଛନ୍ତି ।ଆସନ୍ତାକାଲି ଭାରତୀୟ ସମୟାନୁସାରେ ଦିନ ୩ଟାରେ ମ୍ୟାଚ୍‌ ଆରମ୍ଭ ହେବ । ଟସ୍‌ ୨.୩୦ରେ ପଡିବ

ତେବେ ପ୍ରଥମ ଦୁଇଟି ମ୍ୟାଚରୁ ବାଦ ପଡ଼ିଥିବା କେଏଲ ରାହୁଲ ପାକିସ୍ତାନ ବିପକ୍ଷରେ ଖେଳିବେ କି ନାହିଁ ତା ଉପରେ ସମସ୍ତଙ୍କର ନଜର ରହିଛି । ସେ ଖେଳିଲେ କାହାକୁ ବାଦ ଦିଆଯିବ । ଶ୍ରେୟସ ଆୟାର ନା ଇଶାନ୍ କିଷାନ । ଚର୍ଚ୍ଚା ହେଉଛି, ପାକିସ୍ତାନ ବିପକ୍ଷରେ ଦୁଇ ଜଣ ସ୍ପେସାଲିଷ୍ଟ ସ୍ପିନରଙ୍କୁ ନେଇ ଓହ୍ଲାଇପାରେ ଟିମ୍ ଇଣ୍ଡିଆ । କୁଳଦୀପଙ୍କ ସହ ଦ୍ବିତୀୟ ସ୍ପିନର ଭାବରେ ପ୍ଲେଇଂ ଇଲେଭେନରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ । ସେ ଖେଳିଲେ ସାର୍ଦ୍ଦୁଳ ଠାକୁର ବସିପାରନ୍ତି । ଦ୍ରୁତ ବୋଲିଂ ସମ୍ଭାଳିବେ ବୁମରାହ ଓ ମହମ୍ମଦ ସିରାଜ ।

Related posts

ଆଇସିସି ମ୍ୟାଚ୍ ଫଳାଫଳକୁ ଦୃଷ୍ଟିରେ ରଖି ଫିଲ୍ଡରେ କାକରର ପ୍ରଭାବକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି

Odisha Sports Bureau

ଚେନ୍ନଇ ସୁପର କିଙ୍ଗ୍ସର ପ୍ଲେ ଅଫ୍ ଆଶା ଉଜ୍ଜିବିତ

ଫିଟନେସ ଅସ୍ଥିରତା ଯୋଗୁ ଗୌହାଟୀ ଟେଷ୍ଟ ଖେଳି ନପାରନ୍ତି ଶୁଭମନ ଗିଲ

Odisha Sports Bureau