Cricket

ଆଜିର ଦିନରେ ଯୁବରାଜ ସିଂ ଗୋଟିଏ ଓଭରରେ ମାରିଥିଲେ ୬ ଛକା

ଆଜିର ଦିନରେ ଇତିହାସ ରଚିଥିଲେ ଯୁବରାଜ ସିଂହ । ଇଂଲଣ୍ଡ ବୋଲର ଷ୍ଟ୍ରୁଆର୍ଟ ବର୍ଡଙ୍କ ହଜାଇ ଦେଇଥିଲେ ନିଦ । ଆଉ ବିଶ୍ୱ କ୍ରିକେଟ୍‌ରେ କରିଥିଲେ ନୂଆ କୀର୍ତ୍ତୀମାନ । ମାତ୍ର ୧୨ଟି ବଲ୍‌ରେ ଖେଳିଥିଲେ ବିସ୍ଫୋରକ ପାରି ।

ବର୍ଷ ୨୦୦୭, ଆଇସିସି ପକ୍ଷରୁ ଆୟୋଜନ ହୋଇଥିଲା ଟି-୨୦ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ । ସାଉଥ ଆଫ୍ରିକାରେ ଖେଳାଯାଉଥିଲା ଟି-୨୦ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ । ଲିଗ୍‌ ପର୍ଯ୍ୟାୟରେ ଏକ ମ୍ୟାଚରେ ଇଂଲଣ୍ଡ ସହିତ ଭାରତୀୟ ଟିମ୍‌ର ଥିଲା ମୁକିବାଲ । ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୧୮ ରନ୍‌ କରିଥିଲା । ଯେଉଁଥିରେ ବିରେନ୍ଦ୍ର ସେହଓ୍ୱାଗଙ୍କ ୬୮ ରନ୍‌, ଗୌତମ ଗମ୍ଭୀରଙ୍କ ୫୮ ରନ୍‌, ଯୁବରାଜ ସିଂହଙ୍କ ୫୮ ରନର ପାରି ଖେଳିଥିଲେ । କିନ୍ତୁ ମ୍ୟାଚ୍‌ରେ ୧୯ ତମ ଓଭରରେ ଦେଖିବାକୁ ମିଳିଥିଲା ରୋମାଞ୍ଚ । ୧୮ ତମ ଓଭର ଶେଷ ପରେ ଆଣ୍ଡ୍ରିୟୁ ଫ୍ଲିଣ୍ଟଫ୍‌ ଓ ଯୁବରାଜ ସିଂହଙ୍କ ମଧ୍ୟରେ କିଛି ବାକ୍‌ ଯୁଦ୍ଧ ହୋଇଥିଲା । ଯାହାର ପ୍ରଭାବ ୧୯ ତମ ଓଭରରେ ଦେଖିବାକୁ ମିଳିଥିଲା ।

ଇଂଲଣ୍ଡର ସେତେବେଳର ଯୁବ ବୋଲର ଷ୍ଟ୍ରୁଆର୍ଟ ବର୍ଡଙ୍କ ଓଭରରେ ୬ଟି ବଲ୍‌ରେ ମାରିଲେ ୬ଟି ଛକ୍କା । ଯାହାକି ସେତେବେଳେ ଥିଲା ବିଶ୍ୱରେକର୍ଡ । ଏପିରିକି ଟି-୨୦ କ୍ରିକେଟ୍‌ରେ ୬ଟି ବଲ୍‌ରେ ୬ଟି ଛକ୍କା ମାରିବାରେ ଏହା ଥିଲା ପ୍ରଥମ ଘଟଣା । ତାପରେ ବି ଥମିନଥିଲା ଯୁବରାଜ ସିଂହଙ୍କ ବ୍ୟାଟ୍‌ । ମାତ୍ର ୧୨ଟି ବଲ୍‌ରେ ହାସଲ କଲେ ଅର୍ଦ୍ଧଶତକ । ଶେଷରେ ୧୬ଟି ବଲ୍‌ରେ ଖେଳିଥିଲେ ୫୮ ରନ୍‌ର ବିସ୍ଫୋରକ ପାରି । ଆଉ ଏଥିରେ ସାମିଲ ଥିଲା ୭ଟି ଛକ୍କା ଏବଂ ୩ଟି ଚୌକା । ୩୬୨ର ଷ୍ଟ୍ରାଇକ୍‌ ରେଟ୍‌ରେ ଯୁବରାଜ ଏହି ରନ୍‌ ହାସଲ କରିଥିଲେ ।

Related posts

୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଦକ୍ଷିଣ ଆଫ୍ରିକାର ଦଳ ଘୋଷଣା, ଏହି ଖେଳାଳିଙ୍କୁ ମିଳିଛି ଅଧିନାୟକତ୍ୱ

Odisha Sports Bureau

ଏସୀୟ କ୍ରୀଡ଼ାର ପ୍ରଥମ ଦୁଇ ମ୍ୟାଚ୍ରୁ ବାଦ ପଡିବେ ହର୍ମନପ୍ରୀତ୍

Odisha Sports Bureau

ହିଟମ୍ୟାନଙ୍କ ହାତରେ ବଡ ସଫଳତା

Odisha Sports Bureau