Cricket

ସଚିନଙ୍କ ରେକର୍ଡ ବ୍ରେକ କରିବେ କି ଗିଲ

ଗର୍ଜୁଛି ଗିଲ୍‌ଙ୍କ ବ୍ୟାଟ୍‌ । ଲଗାତର ଭାବେ ଦିନିକିଆ କ୍ରିକେଟ୍‌ରେ ବିଶାଳ ବିଶାଳ ସ୍କୋର କରିଚାଲିଛନ୍ତି ଶୁବମନ୍‌ ଗିଲ୍‌ । ଆଉ ରେକର୍ଡ ପରେ ରେକର୍ଡ କରିଚାଲିଛନ୍ତି । ଏହିକ୍ରମରେ ଆଉ ୬୬୫ ରନ୍‌ର ଆବଶ୍ୟକ ଅଛି । ଯଦି ଶୁବମନ୍‌ ଗିଲ୍‌ ଏତିକି ରନ୍‌ ସଂଗ୍ରହ କରନ୍ତି । ତେବେ ସେ ମାଷ୍ଟର ବ୍ଲାଷ୍ଟରଙ୍କ ରେକର୍ଡ ବ୍ରେକ୍‌ କରିବାରେ ସକ୍ଷମ ହେବେ ।

ଖବର ଅନୁଯାୟୀ, ଶୁବମନ ଗିଲ୍‌ ୨୦୨୩ ବର୍ଷରେ ୨୦ଟି ଇନିଂସ ଖେଳି ୧୨୩୦ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ଶୁଭମନଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୦୫.୦୩ ରହିଥିବା ବେଳେ ଆଭରେଜ୍‌ ୭୨.୩୫ ରହିଛି । ଜଣେ ଯୁବ ବ୍ୟାଟସମ୍ୟାନ୍‌ ଭାବେ ଗୋଟେ କ୍ୟାଲେଣ୍ଡର ବର୍ଷରେ ଏତେ ପରିମାଣରେ ରନ୍‌ ହାସଲ କରିବାରେ ଅନେକ ବରିଷ୍ଠ ଖେଳାଳିଙ୍କୁ ପଛରେ ଛାଡିଛନ୍ତି ଗିଲ୍‌ ।୨୦୨୩ରେ ଶୁବମନ୍‌ ୬ଟି ଶତକ ମାରିଥିବା ବେଳେ ୫ଟି ଅର୍ଦ୍ଧଶତକ ମାରିଛନ୍ତି । ଶୁବମନ୍‌ ଏହି ରନ୍‌ କରିବା ଦ୍ୱାରା ଧୋନି, ଅଜାରୁଦ୍ଦିନ, ସୌରଭ ଗାଙ୍ଗୁଲି,ଇଞ୍ଜାମାନ ଉଲ୍‌ ହକ୍‌, ଗୌତମ ଗମ୍ଭୀରଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ।

ତେବେ ଗୋଟିଏ ବର୍ଷରେ ସବୁଠୁ ଅଧିକା ରନ୍‌ କରିବାରେ ରେକର୍ଡ ସଚ୍ଚିନ ତେନ୍ଦୁଲକରଙ୍କ ନାଁରେ ରହିଛି । ସଚ୍ଚିନ ତେନ୍ଦୁଲକର ଗୋଟିଏ ବର୍ଷରେ ୧୮୯୪ ରନ୍‌ ସଂଗ୍ରହ କରିଥିଲେ । ୧୯୯୮ ମସିହାରେ ଦିନିକିଆ କ୍ରିକେଟ୍‌ରେ ତେନ୍ଦୁଲକର ଏହି ରେକର୍ଡ କରିଥିଲେ । ଯାହା ଏବେ ଯାଏଁ ଅନ୍‌ବ୍ରେକ୍‌ ହୋଇ ରହିଛି । ତେନ୍ଦୁଲକର ୩୪ଟି ଇନିଂସ ଖେଳି ଏହି ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୯ଟି ଶତକ ଏବଂ ୭ଟି ଅର୍ଦ୍ଧଶତକ ରହିଛି । ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ୧୪୩ ରହିଛି ।

ତେବେ ଶୁବମନ୍‌ଙ୍କୁ ସଚ୍ଚିନ ତେନ୍ଦୁଲକରଙ୍କ ରେକର୍ଡକୁ ବ୍ରେକ୍‌ ଦେବାକୁ ହେଲେ, ଆଉ ୬୬୫ ରନ୍‌ର ଆବଶ୍ୟକ ରହିଛି । ଆଗକୁ ତିନୋଟି ଦିନିକିଆ ମ୍ୟାଚ୍‌ ଏବଂ ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ରହିଛି । ଯଦି ଏହି ସମୟ ମଧ୍ୟରେ ଶୁବମନ୍‌ ୬୬୫ ରନ୍‌ ପୂରଣ କରିବାରେ ସକ୍ଷମ ହୁଅନ୍ତୁ । ତେବେ ଜଣେ ଭାରତୀୟ ରେକର୍ଡ କାଟିବେ ଆଉ ଜଣେ ଭାରତୀୟ କ୍ରିକେଟର।

Related posts

ଇଣ୍ଡିଜ ସିରିଜରୁ ବାଦ ପଡ଼ିଲେ ଧାୱନ

Odisha Sports Bureau

ସିଡନୀରେ ରୋହିତ ବିରାଟ ଙ୍କ ପାଓ୍ବାର ଶୋ

Odisha Sports Bureau

ଆଇପିଏଲରେ ମୁମ୍ବାଇ ଇଂଡିଆନ୍ସର ଦ୍ୱିତୀୟ ବିଜୟ , ୭ ୱିକେଟରେ ପରାସ୍ତ ହେଲା ବାଙ୍ଗାଲୋର

Odisha Sports Bureau