Cricket

ଆଜିଠୁ ଦିନିକିଆ କ୍ରିକେଟ୍ ମହାସମର, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମୁକାବିଲା

ଭୁବନେଶ୍ୱର : ଆଜିଠୁ କ୍ରିକେଟ ମହାସମର । ଆରମ୍ଭ ହେବ ବିଶ୍ବକପ୍ ଲଢ଼େଇ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଖେଳାଯିବ । ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଓ ରନର୍ସ ଅପ୍ ନ୍ୟୁଜିଲାଣ୍ଡ । ଅପରାହ୍ଣ ୨ଟାରେ ଖେଳାଯିବ ମ୍ୟାଚ୍ । ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିବେ । ନ୍ୟୁଜିଲାଣ୍ଡର ବ୍ୟାଟିଂ ପାୱାର ହାଉସ୍ ବନାମ ଇଂଲିଶ ବାହିନୀର ବିସ୍ଫୋରକ ବ୍ୟାଟରଙ୍କ ଭିତରେ ଲଢ଼େଇ ହେବ ।

ଖବର ଅନୁଯାୟୀ, ପ୍ରଥମ ମ୍ୟାଚ୍‌ ପୂର୍ବରୁ ଆହତ ସମସ୍ୟା ଲାଗି ଦ୍ରୁତ ବୋଲର ଟିମ୍‌ ସାଉଦି ଏବଂ ଅଧିନାୟକ କେନ୍‌ ଓ୍ୱିଲିୟମସନ ବାଦ୍‌ ପଡିପାରନ୍ତି । କେନ୍‌ ଓ୍ୱିଲିୟମସନଙ୍କ ବଦଳରେ ଟମ୍‌ ଲାଥନଙ୍କୁ ଅଧିନାୟକ ଦାୟିତ୍ୱ ମିଳିପାରେ । ସେହିପରି ବେନ୍‌ ଷ୍ଟୋକ୍ସ ମଧ୍ୟ ପ୍ରଥମ ମ୍ୟାଚ୍‌ ଖେଳିନପାରନ୍ତି । ବ୍ୟକ୍ତିଗତ କାରଣ ଲାଗି ସେ ମଧ୍ୟ ପ୍ରଥମ ମ୍ୟାଚ୍‌ରେ ଅନୁପସ୍ଥିତ ରହିପାରନ୍ତି ।

Related posts

ଭାରତ ବିପକ୍ଷରେ ଖେଳିବେନି ୱିଲିୟମସନ

Odisha Sports Bureau

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ପୂର୍ବରୁ ସାମସନ ଏବଂ ଶୁଭମନଙ୍କୁ ନେଇ ଚାଲିଥିବା ବିତର୍କର ଅନ୍ତ ଘଟାଇଛନ୍ତି ସୂର୍ଯ୍ୟକୁମାର

Odisha Sports Bureau

ଟିମ ଇଣ୍ଡିଆକୁ ବଡ଼ ଝଟକା, ବିଶ୍ଵକପ୍ ପୂର୍ବରୁ ବିଦା ହେଲେ ଏହି ଖେଳାଳି

Odisha Sports Bureau