Cricket

୧୨୮ ବର୍ଷପରେ ଅଲମ୍ପିକ୍ସରେ ସାମିଲ ହେବାକୁ ଯାଉଛି କ୍ରିକେଟ ସହ ଆହୁରି ୪ଟି ଗେମ

କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଅଲମ୍ପିକ୍ସରେ ପୁଣି ସାମିଲ ହେବାକୁ ଯାଉଛି କ୍ରିକେଟ । ୧୨୮ ବର୍ଷପରେ ପୁଣିଥରେ ଦର୍ଶକ କ୍ରିକେଟ ମ୍ୟାଚର ମଜା ନେଇପାରିବେ । ଅନ୍ତର୍ଜାତୀୟ ଅଲମ୍ପିକ୍ସରେ କମିଟି ଶୁକ୍ରମାର ଦିନ ୫ଟି ଖେଳକୁ ସାମିଲ କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ମୁଖ୍ୟ ଥୋମାସ୍ ବାକ୍ କହିଛନ୍ତି କି, କାର୍ଯ୍ୟକାରୀ ବୋର୍ଡର ଅଧିକାରୀମାନେ କ୍ରିକେଟ ସମେତ ମୋଟ ୫ଟି ନୂଆ ଖେଳକୁ ଅଲମ୍ପିକ୍ସରେ ସାମିଲ କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ୫ଟି ଖେଳ ମଧ୍ୟରେ କ୍ରିକେଟ ବ୍ୟତୀତ ବେସବଲ, ସଫ୍ଟବଲ, ଫ୍ଲାଗ ଫୁଟବଲ, ସ୍କେ୍ୱସ ଖେଳକୁ ସାମିଲ କରାଯାଇଛି । ଏହି ଯେଉଁ ୫ଟି ଖେଳକୁ ଅଲମ୍ପିକ୍ସରେ ସାମିଲ କରାଯାଇଛି ତାହା ୨୦୨୮ରେ ଲସ୍ ଏଞ୍ଜେଲ୍ସ ଠାରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍ସରେ ସ୍ଥାନ ସୁରକ୍ଷିତ କରିବାକୁ ପ୍ରଥମେ ସୋମବାର ଦିନ ଓଇସି ସଦସ୍ୟତା ତରଫରୁ ହେବାକୁ ଥିବା ଭୋଟିଂରେ ବିଜୟଲାଭ କରିବା ଆବଶ୍ୟକ ।

Related posts

ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୩ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ

Odisha Sports Bureau

ଲକ୍ଷ୍ନୌକୁ ପରାସ୍ତ କରି କ୍ବାଲିଫାୟରରେ ପହଞ୍ଚିଲା ମୁମ୍ବାଇ

Odisha Sports Bureau

ଫ୍ଲେକ୍ସିବିଲିଟି ପ୍ରଶ୍ନ ଉପରେ କ୍ୟାପଟେନ ରୋହିତ ଶର୍ମାଙ୍କ ଜବାବ ଭାଇରାଲ

Odisha Sports Bureau