Cricket

ଭାରିପଡିଲା ଶ୍ରୀଲଙ୍କା ବୋଲର; ୧୫୭ ରନରେ ଇଂଲଣ୍ଡ ଅଲଆଉଟ

ବେଙ୍ଗାଲୁରୁଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡର ଦୁର୍ବଳ ପ୍ରଦର୍ଶନ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରଥମ ୬ ଓଭର ପର୍ଯ୍ୟନ୍ତ ଚମତ୍କାର ବ୍ୟାଟିଂ କରି ରିଥିଲା। ଦଳ ସେତେବେଳକୁ ୪୫ ରନ୍ କରିନେଇଥିଲେ। ହେଲେ ସପ୍ତମ ଓଭର ୩ ବଲ୍‌ରେ ଇଂଲଣ୍ଡର ଡେବିଡ୍ ମଲାନ(୨୫ ବଲ୍ ୨୮ ରନ୍)ଙ୍କ ନାଁରେ ପ୍ରଥମ ୱିକେଟ୍ ହରାଇଥିଲା। ଏହାପରେ ଇଂଲଣ୍ଡର ବ୍ୟାଟର ଶ୍ରୀଲଙ୍କା ବିପକ୍ଷରେ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା। କୌଣସି ବ୍ୟାଟର ଅର୍ଦ୍ଧଶତକ ଟିଏ ବି ହାସଲ କରିପାରି ନଥିଲେ। ଦଳ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୪୩ ରନ୍ କରିଥିବା ବେଳେ  ଜନୀ ବେୟାରଷ୍ଟୋ ୩୦ ଓ ମୋଏନ ମଲ୍ଲୀ ମାତ୍ର ୧୫ ରନ୍ କରିଥିଲେ। ଅନ୍ୟ କୌଣସି ବ୍ୟାଟର ତା ଉପରକୁ ରନ୍ କରିପାରି ନଥିଲେ।

ଇଂଲଣ୍ଡ ବିପକ୍ଷରେ ଆଜି ଜବରଦସ୍ତ ବୋଲିଂ କରିଛି ଶ୍ରୀଲଙ୍କା। ଦଳ ମାତ୍ର ୩୩.୨ ଓଭରରେ ଇଂଲଣ୍ଡକୁ ଅଲ୍‌ଆଉଟ୍ କରିଦେଇଛି। ବିପକ୍ଷ ଦଳର କୌଣସି ବ୍ୟାଟରଙ୍କୁ ଆଜି ବଡ଼ ଶର୍ଟ ମାରିବାକୁ ଦେଇ ନଥିଲେ ସିଂହଳୀ ବୋଲର। ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ କସୁନ ରଜିଥା ଓ ଆଞ୍ଜିଲୋ ମାଥ୍ୟୁସ ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ। ଏମ୍ ଥିକ୍‌ସାନା ଗୋଟିଏ ୱିକେଟ୍ ନେଇଥିବା ବେଳା ବାକି ବୋଲର ଅସଫଳ ହୋଇଥିଲେ। ଅନ୍ୟପଟେ ୨୦୨୦ ମସିହାରୁ ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ରୁ ଦୂରେଇ ରହିଥିବା ଆଞ୍ଜିଲେ ମାଥ୍ୟୁସ୍ ଦଳକୁ ଏଣ୍ଟ୍ରି ମାରିଛନ୍ତି।  କରିଛନ୍ତି।

Related posts

ରିଷଭ ପନ୍ତ ଓ କେ.ଏଲ ରାହୁଲଙ୍କ ଶତକ ସହାୟତାରେ ଭାରତ ୩୭୧ ରନ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି

କ୍ରିକେଟକୁ ଅଲବିଦା କହିଲେ ଭାରତୀୟ ଓପନର ଗୌତମ ଗମ୍ଭୀର

Odisha Sports Bureau

ଟିମ୍ ଇଣ୍ଡିଆର ଖେଳାଳିଙ୍କ ଉପରେ ଅଭିଯୋଗ ଆଣିଲେ ଜାଡେଜାଙ୍କ ପତ୍ନୀ

Odisha Sports Bureau