Cricket

ରାହୁଲଙ୍କୁ ଶ୍ରେଷ୍ଠ ଫିଲ୍ଡର ମେଡାଲ : ରାହୁଲଙ୍କୁ ଏମିତି ସରପ୍ରାଇଜ ଦେଲେ ଫିଲ୍ଡିଂ କୋଚ

ବିଶ୍ୱକପ ୨୦୨୩ରେ ଭାରତୀୟ ଟିମ ଷଷ୍ଠ ବିଜୟ ହାସଲ କରିନେଇଛି । ଇଂଲଣ୍ଡ କୁ ହରାଇ ଭାରତ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଚଳିତ ବିଶ୍ୱକପରେ ଭାରତୀୟ ଟିମ ଡ୍ରେସିଂ ରୁମରେଏକ ଟ୍ରେଣ୍ଡ ଆରମ୍ଭ ହୋଇଛି। ଏହି ଟ୍ରେଣ୍ଡ ଅନୁସାରେ ମ୍ୟାଚ୍‌ ପରେ ଫିଲ୍ଡିଂ କୋଚ ଟି. ଦିଲ୍ଲୀପ ଶ୍ରେଷ୍ଠ ଫିଲଡର ମେଡାଲ ଦେଇଥାନ୍ତି । ସବୁ ମ୍ୟାଚ ପରି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ଶ୍ରେଷ୍ଠ ଫିଲ୍ଡର ଆଓ୍ଵାର୍ଡ ଦିଆଯାଇଛି । ଏଥର ଏହି ଆଓ୍ଵାର୍ଡ ପାଇଛନ୍ତି କେଏଲ ରାହୁଲ । ତା’ ପୁଣି ଭିନ୍ନ ଅନ୍ଦାଜରେ । ଏହାପରେ ଫିଲ୍ଡିଂ କୋଚ ସବୁ ଖେଳାଳିଙ୍କୁ ବାହାରକୁ ଆଣିଥିଲେ । ଷ୍ଟାଡିୟମରେ ଏଲଇଡି ଲାଇଟ ଜରିଆରେ ଶ୍ରେଷ୍ଠ ଖେଳାଳିଙ୍କ ନାମ ଘୋଷଣା କରିଥିଲେ । ଏହି ମ୍ୟାଚରେ କେଏଲ ରାହୁଲଙ୍କୁ ଶ୍ରେଷ୍ଠ ଫିଲ୍ଡର ମେଡାଲ ମିଳିଥିଲା ।

ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ଏବଂ ଭାରତ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ୧୦୦ ରନରେ ପରାଜୟ କରିଛି । ମ୍ୟାଚ ଜିତିବା ପରେ ଡ୍ରେସିଂ ରୁମରେ ଫିଲ୍ଡିଂ କୋଚ୍‌ ମ୍ୟାଚ୍‌ ପରେ ଶ୍ରେଷ୍ଠ ଫିଲ୍ଡିଂ କରିଥିବା ଖେଳାଳିଙ୍କ ନାମ ଘୋଷଣା କରିଥିଲେ ।

Related posts

ଜାଣନ୍ତୁ କେତେ ବର୍ଷ ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି ୨୦ ସିରିଜ ଜିତିଛି ଟିମ୍ ଇଣ୍ଡିଆ

Odisha Sports Bureau

ଟେଷ୍ଟ୍ କ୍ରିକେଟରେ ୭୦୦ ୱିକେଟ ନେଇ ରେକର୍ଡ କଲେ ଅଶ୍ୱିନ

ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବେନି ଶୁଭମନ ଗିଲ ଜଣାଇଲା ବୋର୍ଡ

Odisha Sports Bureau