Cricket

ପୁଣି ନାଚିଲେ ଇରଫାନ ପଠାନ,

ବ୍ୟୁରୋ: ଚଳିତ ବର୍ଷ ବିଶ୍ୱକପରେ ପ୍ରଥମେ ପାକିସ୍ତାନ ଏବଂ ପରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଆଫଗାନିସ୍ତାନ । ୨୪୨ ରନ୍ ର ବିଜୟ ଲକ୍ଷ୍ୟକୁ ମାତ୍ର ୩ ୱିକେଟ ବିନିମୟରେ ହାସଲ କରି ନେଇଛି ଆଫଗାନିସ୍ତାନ । ଏହାପରେ ଖୁସିରେ ନାଚିଛନ୍ତି ଇରଫାନ ପଠାନ । ଏଥର କିନ୍ତୁ ହରଭଜନ ସିଂଙ୍କ ସହିତ ନାଚୁଥିବା ନଜରକୁ ଆସିଛନ୍ତି । ପାକିସ୍ତାନ ବିପକ୍ଷରେ ଅଫଗାନିସ୍ତାନ ଜିତିଥିବା ପରେ ପଡିଆରେ ନାଚିଥିବା ବେଳେ ଏବେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ଜିତିବା ପରେ ଷ୍ଟୁଡିଓରେ ଡ୍ୟାନ୍ସ କରିଛନ୍ତି ଇରଫାନ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ଭାରତ ସହିତ ଆଫଗାନିସ୍ତାନ କ୍ରିକେଟ ନିବିଡ ସଂପର୍କ ରହିଛି । ଆଫଗାନିସ୍ତାନ କ୍ରିକେଟକୁ ସୁଧାରିବା, ଉନ୍ନତ କରିବାରେ ଭାରତର ବଡ ହାତ ରହିଛି । ଆଫଗାନିସ୍ତାନ ଟିମର ମେଣ୍ଟର ଅଜୟ ଜାଡେଜା ରହିଛନ୍ତି । ଆଉ ଅଜୟ ଜାଡେଜାଙ୍କ ତତ୍ତ୍ୱାବଧାନରେ ଟିମ ଏଭଳି କରିବା ପରେ ଇରଫାନ ପଠାନ ଏବଂ ହରଭଜନ ସିଂ ନାଚି ଉଠିଛନ୍ତି । ଭାଇରଲ ହେଉଥିବା ଭିଡିଓରେ ଇରଫାନ ଏବଂ ହରିଭଜନ ଭାଙ୍ଗଡା ନାଚୁଥିବାର ଦେଖିବାକୁ ମିଳିଛନ୍ତି । ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ବହୁତ ଖୁସିଥିବା ନଜର ଆସିଆସିଥିଲେ । ମ୍ୟାଚ ପରେ ଇରଫାନ ଆଫଗାନିସ୍ତାନର ଲେଗ ସ୍ପିନର ରାଶିଦ ଖାନଙ୍କ ସହିତ ଭାଙ୍ଗଡା ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ

 

Related posts

ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ ୩ଦିନିଆ ଅଭ୍ୟାସ ମ୍ୟାଚ

Odisha Sports Bureau

ମଇଦାନକୁ ଓହ୍ଲାଇବ ରାହୁଲ ସେନା

Odisha Sports Bureau

କରୋନା ପାଇଁ ଭାରତରେ ହେବନାହିଁ କୌଣସି କିକ୍ରେଟ ମ୍ୟାଚ

Odisha Sports Bureau

Leave a Comment