Cricket

ନ୍ୟୁଜିଲାଣ୍ଡ ଆଗରେ ୩୫୮ରନର ଟାଗେର୍ଟ ରଖିଛି ଦକ୍ଷିଣ ଆଫ୍ରିକା

ପୁଣେ: ପୁଣେ ର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ କ୍ରିକେଟ ଷ୍ଟାଡିୟମରେ ଆଇସିସି ବିଶ୍ୱକପର ଚାଲିଛି ଏକ ମ୍ୟାଚ । ଯେଉଁ ଥିଲେ ମୁହାମୁହିଁ ଲଢୁଛନ୍ତି ନ୍ୟୁଜିଲାଣ୍ଡ -ଦକ୍ଷିଣ ଆଫ୍ରିକା । ତେବେ ଏହି ମ୍ୟାଚରେ ପ୍ରଥ ଇନିଂସ ଶେଷ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ଆଗରେ ୩୫୮ରନର ଟାଗେର୍ଟ ରଖିଛି ଦକ୍ଷିଣ ଆଫ୍ରିକା ।ତେବେ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେଣୁ ବ୍ୟାଟିଂ କରିବାକୁ ପଡିଆକୁ ଆସିଥିଲା ଦକ୍ଷିଣ ଆଫ୍ରିକା ଟିମ୍ । ପ୍ରଥମରୁ ଭଲ ଖେଳ ଆରମ୍ଭ କରିଥିଲେ ବି ଅଧିନାୟକ ତେମ୍ବା ବାଭୁମା ମାତ୍ର ୨୪ ରନ କରି ଆଉଟ ହୋଇଥିଲେ । କିନ୍ତୁ କ୍ବିଣ୍ଟନ ଡିକକ୍ ଓ ରାସି ଭାନ ଡଲ୍ ଦୁସେଁ ଲଢୁଆ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ବୋଲରଙ୍କୁ ହତାସ କରିବା ସହ ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଡିକକ୍ ୧୧୪ରନ କରି ଟିମ ସାଉଥିଙ୍କ ବଲରେ ଆଉଟ ହୋଇଥିଲେ । ତେବେ ଅନ୍ୟପଟେ ଦୁସେଁଙ୍କ ଲଢୁଆ ବ୍ୟାଟିଂ ଜାରି ରହିଥିଲା । ସେ ୧୩୩ ରନ କରି ସାଉଥିଙ୍କ ବଲରେ ବୋଲଡ୍ ହୋଇଥିଲେ । ସେହିପରି ଡେଭିଡ ମିଲର ୫୩ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ବିକେଟ ହରାଇ ୩୫୭ ରନ କରିଥିଲା ।

Related posts

ରଣ୍‌ଜୀ ମ୍ୟାଚ୍‌: ଓଡ଼ିଶାର କ୍ରମାଗତ ଦ୍ୱିତୀୟ ଇନିଂସ ବିଜୟ

Odisha Sports Bureau

କ୍ରିକେଟରଙ୍କ ସହିତ ଫିଲ୍ମ ‘କ୍ୱିନ୍’ର ୮ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କଲେ କଙ୍ଗନା

Odisha Sports Bureau

ପେଟା ଇଣ୍ଡିଆନ ପକ୍ଷରୁ କୋହଲିଙ୍କୁ ‘ପର୍ସନ ଅଫ ଦି ଇୟର’

Odisha Sports Bureau