Cricket

ଆଇସିସି ଦିନିକିଆ ରାଙ୍କିଙ୍ଗ : ସିରାଜ ନମ୍ବର ୱାନ ବୋଲର , ଗିଲ ନମ୍ବର ୱାନ ବ୍ୟାଟର

ନୂଆଦିଲ୍ଲୀ : ଚଳିତ ବିଶ୍ୱକପରେ ଭାରତ ଦମଦାର ଫର୍ମରେ ଅଛି । ଭାରତ ଏ ପର୍ଯ୍ୟନ୍ତ ୮ ଟି ମ୍ୟାଚ ଜିତି ସେମି ଫାଇନାଲରେ ପ୍ରବେଶ କରିଛି । ଭାରତ ଏବେ ବିଶ୍ୱକପ ଟେବୁଲରେ ୧ ନମ୍ବର ସ୍ଥାନରେ ରହିଛି । ଦଳର ସମସ୍ତ ଖେଳାଳି ଭଲ ଫର୍ମରେ ଅଛନ୍ତି ।ଏହି ସବୁ ଭିତରେ ଭାରତକୁ ମିଳିଛି ଏକ ବଡ ଖୁସି ଖବର । କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ସ୍ଥାନରେ ରହିଥିବା ଟିମ୍‌ ଇଣ୍ଡିଆର ଦୁଇ ଖେଳାଳି ବର୍ତ୍ତମାନ ଆଇସିସି ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି।

ଦୀର୍ଘ ଦିନ ଧରି ODI ରେ ଏକ ନମ୍ବର ବ୍ୟାଟର ରହିଆସିଥିବା ପାକିସ୍ତାନର ବାବର ଆଜାମଙ୍କୁ ପଛରେ ପକାଇ ଭାରତର ଶୁଭମାନ ଗିଲ ବିଶ୍ବର ଏକ ନମ୍ବର ହୋଇଛନ୍ତି। ଶୁଭମାନ ପ୍ରଥମ ଥର ପାଇଁ ODI ରେ ଏକ ନମ୍ବର ମାନ୍ୟତା ହାସଲ କରିଛନ୍ତି। ବର୍ତ୍ତମାନ ଶୁଭମାନ ଗିଲଙ୍କର ୮୩୦ ପଏଣ୍ଟ ରହିଥିବା ବେଳେ ବାବରଙ୍କର ୮୨୪ ପଏଣ୍ଟ ରହିଛି। ଏଥି ସହିତ ଭାରତର ମହମ୍ମଦ ସିରାଜ ପୁଣି ଥରେ ODI ବୋଲରଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସିରାଜ ଏସିଆ କପ୍‌ ପରଠୁ ବିଶ୍ବର ଏକ ନମ୍ବର ବୋଲର ରହିଛନ୍ତି। ବର୍ତ୍ତମାନ ସିରାଜଙ୍କର ୭୦୯ ପଏଣ୍ଟ ରହିଥିବା ବେଳେ ଦ୍ବିତୀୟରେ ଦକ୍ଷିଣ ଆଫ୍ରିକାର କେଶବ ମହାରାଜଙ୍କର ୬୯୪ ପଏଣ୍ଟ ରହିଛି।

Related posts

‘ଆଡିଡାସ’ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନୂଆ ଜର୍ସି ପ୍ରଦର୍ଶିତ କରାଯାଇଛି

Odisha Sports Bureau

ଇଡ଼େନ ଗାର୍ଡ଼େନରେ ଦୁଇ ଶକ୍ତିଶାଳୀ ଦଳ

Odisha Sports Bureau

ଓଡ଼ିଶା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଆଶୁତୋଷ ଛୁରିଆ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ପ୍ରଶିକ୍ଷଣ ପାଇବାକୁ ମନୋନୀତ

Odisha Sports Bureau