Cricket

ଦ୍ୱିତୀୟ ସେମିଫାଇନାଲ : ଅଷ୍ଟ୍ରେଲିଆକୁ ୨୧୩ରନର ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

କୋଲକାତା : କୋଲକାତାର ଇଡେନ ଗାର୍ଡେନରେ ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯାଛି । ତେବେ ସେମିଫାଇନାଲ୍‌ ମୁକାବିଲାରେ ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । କ୍ଷିଣ ଆଫ୍ରିକା ପ୍ରଥମେ ବ୍ୟଟିଂ କରି  ୪୯.୩  ଓଭରରେ ସମସ୍ତ ୱିକେଟ ହରାଇ ୨୧୨ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆ ୨୧୩ ରନର ଆବଶ୍ୟକତା ରହିଛି।

ଦକ୍ଷିଣ ଆଫ୍ରିକାର ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ୧୪ ବଲରେ ୩ରନ କରି କ୍ବିଣ୍ଟନ୍‌ ଡି କକ୍‌ ଆଉଟ ହୋଇଥିବା ବେଳେ ତେମ୍ବା ବାବୁମା ୪ ବଲର ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ। ରେସି ଭାନ୍‌ ଡର୍‌ ଦୁସେନ୍‌ ୩୧ ବଲରେ ୬ ରନ କରି ଆଉଟ ହୋଇଥିଲେ । ଏଡେନ୍‌ ମାର୍କରମ୍‌ ୨୦ ବଲରେ ୧୯ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ହିନ୍‌ରିଚ୍ କ୍ଲାସେନ୍‌ ଓ ଡେଭିଡ୍‌ ମିଲର୍‌ ସମ୍ଭାଳିଥିଲେ। ହିନ୍‌ରିଚ୍ କ୍ଲାସେନ୍‌  ୪୮ ବଲରେ ୪୭ ରନ କରି ଆଉଟ ହୋଇଥିଲେ। ର୍କୋ ଜାନ୍‌ସେନ୍‌ ୧ ବଲରେ କୌଣିସି ରନ ନ କରି ଆଉଟ ହୋଇଥିଲେ। ଜେରାଲ୍ଡ୍‌ କୋଟିଜି ୩୯ ବଲରୋ ୧୯ରନ କରି ଆଉଟ ହୋଇଥିଲେ। କେଶବ ମହାରାଜ ୮ବଲରେ ୪ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳି ରଖିଥିବା ଡେଭିଡ୍‌ ମିଲର୍‌ ଏକ ଶତକୀୟ ପାରି ଖେଳି ଆଉଟ ହୋଇଥିଲେ। ଡେଭିଡ୍‌ ମିଲର୍‌ ୧୧୬ ବଲରେ ୧୦୧ ରନ କରି ଆଉଟ ହୋଇଥିଲେ। କାଗିସୋ ରାବାଦା ୧୨ ବଲରେ ୧୦ ରନ କରି ଆଉଟ ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ମିସେଲ୍‌ ଷ୍ଟାର୍କ ଓ ପ୍ୟାଟ୍‌ କ୍ୟୁମିନ୍‌ ୩ଟି ଲେଖାଏଁ  ୱିକେଟ ନେଇଥିବା ବେଳେ ଜସ୍‌ ହେଜେଲ୍‌ଉଡ୍‌ ଓ ଟ୍ରେଭିସ୍‌ ହେଡ୍‌ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Related posts

ଟି -୨୦ ବିଶ୍ୱକପ ଜିତିବା ପରେ ଭାବବିହୋଳ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

କିଏ ଏହି ସୁନ୍ଦରୀ ଯାହାଙ୍କ ସହ ଆଇପିଏଲ୍ ଟ୍ରଫି ଜିତିବା ପରେ ନଜର ଆସିଲେ ଶ୍ରେୟସ୍ ଆୟର? ଭାଇରାଲ ହେଉଛି ଫଟୋ

ଚେନ୍ନାଇ ଏବଂ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଖେଳାଯିବ, କଡ଼ାକଡ଼ି ହେବ ପ୍ରତିଯୋଗିତା

Odisha Sports Bureau