Cricket

ଟିମ ଇଣ୍ଡିଆର ପ୍ରାକ୍ଟିସ ଜର୍ସି ରଙ୍ଗକୁ ଦେଖି ରାଗିଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ବିଜେପି ସବୁଜିଛି ଗେରୁଆ ରଙ୍ଗ କରିଦେଉଛି । ଏପରିକି ଭାରତୀୟ କ୍ରିକେଟର ‘ପ୍ରାକ୍ଟିସ୍’ ଜର୍ସି ମଧ୍ୟ ଗେରୁଆ ରଙ୍ଗର । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ଏହି ବୟାନ ପାଇ ଚର୍ଚ୍ଚାରେ ଆସିଛନ୍ତିି । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେଲକାତା ଅଞ୍ଚଳ ଅନ୍ତର୍ଗତ ପୋସ୍ତା ବଜାରରେ ଜଗଧାତ୍ରୀ ପୂଜା ଉଦଘାଟନ କରିଥିଲେ । ଉଦଘାଟନ ପରେ ସେ କହିଥିଲେ, ଏବେ ସବୁ କିଛି ଗୈରିକ ବର୍ଣ୍ଣ ଧାରଣ କରୁଛି। ସେମାନେ ସମଗ୍ର ଦେଶକୁ ଗୈରିକ ବର୍ଣ୍ଣ କରି ପକାଇବାକୁ ପ୍ରୟାସ କରୁଛନ୍ତି। ଆମେ ଆମ ଭାରତୀୟ ଖେଳାଳିଙ୍କୁ ନେଇ ଗୌରବାନ୍ବିତ ଓ ମୋର ବିଶ୍ବାସ ସେମାନେ ବିଶ୍ବ ଚାମ୍ପିୟନ୍‌ ହେବେ।

ସେମାନଙ୍କୁ ବି ଗୈରିକ ବସ୍ତ୍ର ପିନ୍ଧାଇ ଦିଆଯାଇଛି। ଏବେ ସେମାନେ ଗୈରିକ ରଙ୍ଗର ଜର୍ସି ପିନ୍ଧି ଅଭ୍ୟାସ ମ୍ୟାଚ୍‌ ଖେଳୁଛନ୍ତି। ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ ହେଉ କି, ପ୍ରକୃତ ମ୍ୟାଚ୍‌ ହେଉ ସବୁବେଳେ ସେମାନେ ନୀଳ ରଙ୍ଗର ପୋଷାକ ପିନ୍ଧୁଥିଲେ। ମେଟ୍ରୋ ଷ୍ଟେସନଗୁଡ଼ିକରେ ବି ଗୈରିକ ବର୍ଣ୍ଣ ଦିଆଯାଉଛି। ଏହା ଅସହ୍ୟ ବୋଲି ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି। ‘ବିଜେପି’କୁ କଟାକ୍ଷ କରିଛନ୍ତି ମମତା ବାନାର୍ଜୀ ।

Related posts

କେବଳ ଦଳ ପାଇଁ ନୁହେଁ,ଦେଶ ପାଇଁ ମଧ୍ୟ ଖେଳିଥାଏ : ରୋହିତ

Odisha Sports Bureau

ବିଜୟ ପରେ ବି ଶୀର୍ଷରେ ପହଞ୍ଚି ପାରିଲାନି ଆରସିବି , ଜାଣନ୍ତୁ ପଏଣ୍ଟ ଟେବୁଲରେ ଦଳର ସ୍ଥିତି …

Odisha Sports Bureau

ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟିଭେନ ଫିନ୍‌ ସୋମବାର ପେସାଦାର କ୍ରିକେଟ୍‌ରୁ ଅବସର ନେଇଛନ୍ତି

Odisha Sports Bureau