Cricket

ଏଥର ରୋହିତ ବାହିନୀ ନୁହେଁ ସୂର୍ଯ୍ୟବାହିନୀ ନେବ ପ୍ରତିଶୋଧ

ବିଶାଖାପାଟନାମ : ଆଜିଠୁ ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେଉଛି ୫ ଟିକିଆ ଟି-୨୦ ସିରିଜ । ବିଶାଖାପାଟନାମରେ ଏହି ଦୁଇ ଦଳ ମଧ୍ୟରେ ହେବ ଟକ୍କର। ଏଥର ନୂଆ ଅଧିନାୟକଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବେ ଦୁଇ ଟିମ । ଏଥର ବିଶ୍ୱକପ୍ ଫାଇନାଲର ପ୍ରତିଶୋଧ ନେବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ରୋହିତ ବାହିନୀ ନୁହେଁ ସୂର୍ଯ୍ୟ ବାହିନୀ ଓହ୍ଲାଇବେ ମୈଦାନକୁ । ଅର୍ଥାତ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ମ୍ୟଚ ଖେଳିବ ଟିମ ଇଣ୍ଡିଆ । ବିଶ୍ୱକପ ପରେ ଭାରତର ପ୍ରମୁଖ ଖେଳାଳିଙ୍କୁ ଦିଆଯାଇଛି ବିଶ୍ରାମ ।

ଏଥର ନୂଆ ଫର୍ମାଟରେ ରାତି ୭ଟାରେ । ବିଶାଖାପାଟନାମରେ ଖେଳାଯିବ ମ୍ୟାଚ୍। ବହୁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ୨୦୨୧ ପରଠୁ ସୂର୍ୟ୍ୟକୁମାର ଯାଦବ ଭାରତର ନବମ ଟି-ଟ୍ବେଣ୍ଟି ଅଧିନାୟକ ଭାବେ ଗ୍ରାଉଣ୍ଡକୁ ଓହ୍ଲାଇବେ। ଚଳିତ ବର୍ଷ ହାର୍ଦ୍ଦିକ ପାଣ୍ଡା, ଯଶପ୍ରୀତ ବୁମରା ଓ ଋତୁରାଜ ଗାଏକୱାଡ୍ ଟି-ଟ୍ବେଣ୍ଟି ଅଧିନାୟକ ନିଯୁକ୍ତ ହୋଇସାରିଛନ୍ତି। ପାଣ୍ଡା ଆହତ ଥିବାରୁ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି।
ବିଶ୍ୱକପ ଟିମରେ ଥିବା ଈସାନ କିଶାନ ଏବଂ ପ୍ରସିଦ୍ଧ କ୍ରିଷ୍ଣା ଆଜି ଟିମରେ ରହିବା ନେଇ ସୂଚନା ମଳିଛି । ସେହିପରି ଯୁବ ତାରକା ତିଳକ ବର୍ମା, ଯଶସ୍ବୀ ଜୈସ୍ବାଲ ଓ ରିଙ୍କୁ ସିଂହଙ୍କ ଉପରେ ନଜର ରହିବ। ବିଶାଖାପାଟଟ୍ଟନମରେ ଅଷ୍ଟ୍ରେଲିଆର ରେକର୍ଡ ଉନ୍ନତ ରହିଛି।

ଅନ୍ୟପଟେ ଅଷ୍ଟ୍ରେଲିଆର ଅଧିନାୟକ ପାଟ କୁମିନ୍ସ, ମିଚେଲ ମାର୍ସ, ଜୋସ୍ ହାଜଲଉଡ, ମିଚେଲ ଷ୍ଟାର୍କ ଓ କାମେରୁନ ଗ୍ରୀନ ସ୍ୱଦେଶ ଫେରିଯାଇଛନ୍ତି । ତେଣୁ ମାଥ୍ୟୁ ୱାଡେଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ କଙ୍ଗାରୁ ଦଳ । ୨ଟି ଯାକ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ୪ଟି ଦିନିକିଆ ଓ ଗୋଟିଏ ଟି-ଟ୍ବେଣ୍ଟି ଖେଳିଛି। ଏଥିରୁ ଦଳ କେବଳ ଗୋଟିଏ ମ୍ୟାଚରେ ପରାଜିତ ହୋଇଛି। ଗତ ମାର୍ଚ୍ଚ ମାସରେ ଉଭୟ ଦଳ ଏଠାରେ ଦିନିକିଆ ଖେଲିଥିଲେ। ଅଷ୍ଟ୍ରେଲିଆ ୧୦ ୱିକେଟରେ ବିଜୟ ହାସଲ କରିଥିଲା।

Related posts

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ୨୪୪ ରନ୍‌ ଆଗରେ ରହିଛି

ମୁମ୍ବାଇ ଇଣ୍ଡିଆନ୍ସ ମହିଳା ଦଳ ନିଜର ନୂଆ ହେଡ୍ କୋଚ୍ ଙ୍କ ନାମ ଘୋଷଣା କରିଛି

Odisha Sports Bureau

୨୦୨୪ ଟି- ୨୦ ବିଶ୍ୱକପ୍ , ଖୁବଶୀଘ୍ର କ୍ରୀଡା ସୂଚୀ ଘୋଷଣା

Odisha Sports Bureau