Cricket

ଆଜି ଟି ୨୦ସିରିଜର ଅନ୍ତିମ ଦିନ

ଚାଲିଥିବା ଟି ୨୦ ସିରିଜର ଆଜି ହେଉଛି ତୃତୀୟ ତଥା ଅନ୍ତିମ ଦିନ । ମଇଦାନରେ ଦକ୍ଷିଣ ଅଫ୍ରିକା ଓ ଭାରତ ମଧ୍ୟରେ ହେଉଥିବା ଲଢେଇର ଆଜି ହେଉଛି ଶେଷ ଦିନ । ଆଜି ମ୍ୟାଚର ଅନ୍ତିମ ଦିନରେ ବଦଲା ନେଇ ପାରେ ଭାରତ । ତେବେ ସିରିଜ୍ର ପ୍ରଥମ ମ୍ୟାଚ୍ ବାତିଲ ହୋଇଥିବା ବେଳେ ୨ୟ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ଦକ୍ଷିଣ ଆଫ୍ରିକା ଟିମ୍ ୫ ଓ୍ୱିକେଟ୍ରେ ଭାରତକୁ ପରାସ୍ତ କରିଥିଲା । ଆଉ ଆଜି ଖେଳାଯିବ ସିରିଜ୍ର ଶେଷ ମ୍ୟାଚ୍ । ଭାରତୀୟ ସମୟ ରାତି ୮ ଟା ୩୦ ମିନିଟ୍ରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ଭାରତ। ତେବେ ସିରିଜର ପ୍ରଥମ ମ୍ୟାଚ ରବିବାର ଦିନ ଖେଳାଯିବାର ଥିଲା । ହେଲେ ବର୍ଷା ହେବା ଲାଗି ମ୍ୟାଚ୍ଟି ବାତିଲ ଯୋଇଯାଇଥିଲା। ଏହାପରେ ମଙ୍ଗଳବାର ଦିନ ୨ୟ ମ୍ୟାଚ୍ ଖେଳାଯାଇଥିଲେ । ଯେଉଁଥିରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍ ୧୮୦ ରନ୍ ଟାର୍ଗେଟ ଦେଇଥିଲେ । କିନ୍ତୁ ବର୍ଷା ହେବାରୁ ଦକ୍ଷିଣ ଆଫ୍ରିକା ଟିମ୍କୁ ୧୫ ଓଭରରେ ୧୫୦ ରନ୍ର ଟାର୍ଗେଟ ମିଳିଥିଲା । ଘରୋଇ ଟିମ୍ ଏହି ଟାର୍ଗେଟକୁ ୧୩.୫ ଓଭରରେ ହାସଲ କରିନେଇଥିଲା । ଯାହାଫଳରେ ଦକ୍ଷିଣ ଆଫ୍ରିକା ଟିମ୍ ୧-୦ରେ ଆଗୁଆ ରହିଛି ।ସେହିପରି ଆଜି ସିରିଜର ଖେଳାଯବ ତୃତୀୟ ମ୍ୟାଚ । ଯଦି ଭାରତୀୟ ଟିମ ଏହି ମ୍ୟାଚରେ ବିଜୟୀ ହୁଏ ତେବେ ସିରିଜକୁ ଫେରିବେ । ଆଉ ୧-୧ରେ ସିରିଜ ବରାବରରେ ଶେଷ ହେବ । କିନ୍ତୁ ଯଦି ଦକ୍ଷିଣ ଆଫ୍ରିକା ଆଜିର ମ୍ୟାଚ୍ରେ ବିଜୟୀ ହୋଇଯାଉଛି । ତେବେ ସିରିଜ୍ କବ୍ଜା କରିବାରେ ସେ ସଫଳ ହେବ ।

Related posts

ଟିମ ଇଣ୍ଡିଆକୁ ଝଟକା , ଶ୍ରୀଲଙ୍କା ମ୍ୟାଚରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ଧୋନିଙ୍କୁ ଆଇପିଏଲରେ ଟ୍ରିବ୍ୟୁଡ

Odisha Sports Bureau

ବୟସ ଓ ଫିଟ୍ନେସ୍ ସମସ୍ୟା ଯୋଗୁ ସବୁ ପ୍ରକାରର କ୍ରିକେଟ୍ରୁ ଅବସର ନେଲେ ମୁନାଫ ପଟେଲ୍

Odisha Sports Bureau