Cricket

ଆଜି ଟି ୨୦ସିରିଜର ଅନ୍ତିମ ଦିନ

ଚାଲିଥିବା ଟି ୨୦ ସିରିଜର ଆଜି ହେଉଛି ତୃତୀୟ ତଥା ଅନ୍ତିମ ଦିନ । ମଇଦାନରେ ଦକ୍ଷିଣ ଅଫ୍ରିକା ଓ ଭାରତ ମଧ୍ୟରେ ହେଉଥିବା ଲଢେଇର ଆଜି ହେଉଛି ଶେଷ ଦିନ । ଆଜି ମ୍ୟାଚର ଅନ୍ତିମ ଦିନରେ ବଦଲା ନେଇ ପାରେ ଭାରତ । ତେବେ ସିରିଜ୍ର ପ୍ରଥମ ମ୍ୟାଚ୍ ବାତିଲ ହୋଇଥିବା ବେଳେ ୨ୟ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ଦକ୍ଷିଣ ଆଫ୍ରିକା ଟିମ୍ ୫ ଓ୍ୱିକେଟ୍ରେ ଭାରତକୁ ପରାସ୍ତ କରିଥିଲା । ଆଉ ଆଜି ଖେଳାଯିବ ସିରିଜ୍ର ଶେଷ ମ୍ୟାଚ୍ । ଭାରତୀୟ ସମୟ ରାତି ୮ ଟା ୩୦ ମିନିଟ୍ରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ଭାରତ। ତେବେ ସିରିଜର ପ୍ରଥମ ମ୍ୟାଚ ରବିବାର ଦିନ ଖେଳାଯିବାର ଥିଲା । ହେଲେ ବର୍ଷା ହେବା ଲାଗି ମ୍ୟାଚ୍ଟି ବାତିଲ ଯୋଇଯାଇଥିଲା। ଏହାପରେ ମଙ୍ଗଳବାର ଦିନ ୨ୟ ମ୍ୟାଚ୍ ଖେଳାଯାଇଥିଲେ । ଯେଉଁଥିରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍ ୧୮୦ ରନ୍ ଟାର୍ଗେଟ ଦେଇଥିଲେ । କିନ୍ତୁ ବର୍ଷା ହେବାରୁ ଦକ୍ଷିଣ ଆଫ୍ରିକା ଟିମ୍କୁ ୧୫ ଓଭରରେ ୧୫୦ ରନ୍ର ଟାର୍ଗେଟ ମିଳିଥିଲା । ଘରୋଇ ଟିମ୍ ଏହି ଟାର୍ଗେଟକୁ ୧୩.୫ ଓଭରରେ ହାସଲ କରିନେଇଥିଲା । ଯାହାଫଳରେ ଦକ୍ଷିଣ ଆଫ୍ରିକା ଟିମ୍ ୧-୦ରେ ଆଗୁଆ ରହିଛି ।ସେହିପରି ଆଜି ସିରିଜର ଖେଳାଯବ ତୃତୀୟ ମ୍ୟାଚ । ଯଦି ଭାରତୀୟ ଟିମ ଏହି ମ୍ୟାଚରେ ବିଜୟୀ ହୁଏ ତେବେ ସିରିଜକୁ ଫେରିବେ । ଆଉ ୧-୧ରେ ସିରିଜ ବରାବରରେ ଶେଷ ହେବ । କିନ୍ତୁ ଯଦି ଦକ୍ଷିଣ ଆଫ୍ରିକା ଆଜିର ମ୍ୟାଚ୍ରେ ବିଜୟୀ ହୋଇଯାଉଛି । ତେବେ ସିରିଜ୍ କବ୍ଜା କରିବାରେ ସେ ସଫଳ ହେବ ।

Related posts

ଏସିଆ କପ୍ ବାହାନାରେ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ଭାରତ; ଟିମ୍ ଇଣ୍ଡିଆ ଖେଳାଳିଙ୍କ ପାଇଁ ‘ଅଗ୍ନି ପରୀକ୍ଷା’

Odisha Sports Bureau

ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ଭାରତ ଆସିବେ ପାକିସ୍ତାନର ପ୍ରତିନିଧି

Odisha Sports Bureau

ଭାରତ ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆ, ସିରିଜ ବରାବର ଲକ୍ଷ୍ୟରେ ଭାରତ

Odisha Sports Bureau