Cricket

ଫ୍ୟାନ୍ସଙ୍କୁ ଚାପୁଡ଼ା ମାରିଲେ କ୍ରିକେଟର: ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ଚାପୁଡ଼ା ମାରିଲେ କ୍ରିକେଟର | ଭିଡିଓ ହେଲା ଭାଇରାଲ | ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ସାକିବ ଉଲ ହସନ, ଯାହାଙ୍କୁ ନେଇ ଅନେକ ସମୟରେ ଅନେକ ବିବାଦ ଦେଖିବାକୁ ମିଳିଥାଏ | ବାଂଲାଦେଶର ଷ୍ଟାର କ୍ରିକେଟର ମଗୁରା-୧ ନିର୍ବାଚନ ମଣ୍ଡଳୀରୁ ଅବାମି ଲିଗ ପାର୍ଟି ପାଇଁ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି।  ଏଣୁ ବିଜୟୀ ହେବାର କିଛି ସମୟ ପରେ ସାକିବ ତାଙ୍କର ଜଣେ ଫ୍ୟାନଙ୍କୁ ଶକ୍ତ ଚାପୁଡ଼ା ମାରିଥିବ‌ାର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି |

ବାଂଲାଦେଶର ଏକ ସ୍ଥାନୀୟ ଚାନେଲ ମୁତାବକ, ସାକିବ ଫ୍ୟାନ୍ସଙ୍କୁ ମାଡ଼ ମାରିବାର ଘଟଣା ଜାନୁଆରି ୩ ତାରିଖରେ ଘଟିଛି। ସାକିବ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିବା ପାଇଁ ଅବାମି ଲିଗ ପାର୍ଟି ପକ୍ଷରୁ ଫରିଦପୁରରେ ଆୟୋଜିତ ହୋଇଥିବା ରାଲିରେ ସାମିଲ ହେବାକୁ ଯାଉଥିଲେ। ଏହି ସମୟରେ ଜଣେ ଫ୍ୟାନ ସ‌ାକିବଙ୍କ ସହିତ ଫଟୋ ଉଠାଇବା ପାଇଁ ତାଙ୍କୁ ପଛରୁ ଧରି ନେଇଥିଲେ। ଏହି ଘଟଣାରେ କ୍ରିକେଟର ରାଗି ଯାଇ ଉକ୍ତ ଫ୍ୟାନଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। କ୍ରିକେଟରଙ୍କ ଏଭଳି ସ୍ବଭାବ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବ‌ା ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଫ୍ୟାନଙ୍କୁ ଚାପୁଡ଼ା ମାରିବାର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିବା ପରେ କିଛିଲୋକ ଦାବି କରୁଛନ୍ତି କି, ଏହି ଭିଡିଓ ମତଦାନ ଦିନ ସାମ୍ନାକୁ ଆସିଛି। ଆଉ କିଛି ଜଣଙ୍କ କହିବାନୁସାରେ, ଏହି ଘଟଣା ଗୋଟିଏ ସପ୍ତାହ ପୂର୍ବରୁ ଘଟିଛି। ତେବେ ଘଟଣାର ସମୟକୁ ନେଇ ଭ୍ରମ ଥିବା ବେଳେ ଭିଡିଓରେ ସାକିବ ଫ୍ୟାନଙ୍କୁ ଶକ୍ତ ଚାପୁଡ଼ା ମାରୁଥିବାର ଦୃଶ୍ୟ କିନ୍ତୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

Related posts

୨୦୨୪ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ଦାଇତ୍ୱ ନେବେ ପ୍ୟାଟ କମିନ୍ସ

ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ

Odisha Sports Bureau

ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବୋଲିଂ, ପ୍ଲେଇଂ-୧୧ରେ ବଡ଼ ପରିବର୍ତ୍ତନ

Odisha Sports Bureau