Cricket

ପ୍ରଥମ ଟି-୨୦ ରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରି

ମୋହାଲିରେ ଆରମ୍ଭ ହୋଇଥିବା ପ୍ରଥମ ଟି-୨୦ ରେ ବାଜି ମାରିଲା ଭାରତ । ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦ରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଛି ଭାରତ । ପ୍ରଥମେ ଆଫଗାନିସ୍ତାନ ବ୍ୟାଟିଙ୍ଗ କରି ଭାରତ ଆଗରେ ୧୫୯ ରନର ଟାଗେର୍ଟ ରଖିଥିଲା । ଏହି ଲକ୍ଷକୁ ପିଛା କରି ୧୭ ଓଭର ୩ ବଲରେ ୪ଟି ୱକେଟ ହରାଇ ବିଜୟ ଲକ୍ଷ ହାସଲ କରିଛି ଭାରତ । ଭାରତ ପକ୍ଷରୁ ଶିବମ ଦୁବେ ୬୦ ରନ କରି ଅପରାଜିତ କରିଥିବାବେଳେ ଜିତେଶ ଶର୍ମା ୩୧, ତିଳକ ବର୍ମା ୨୬ ଏବଂ ଶୁଭମନ ଗିଲ୍ ୨୩ରନ କରିଥିଲେ। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପକ୍ଷରୁ ରହମାନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦରାନ ଦଳ ପାଇଁ ଆରମ୍ଭ ସହ ପ୍ରଥମ ୱିକେଟ ଯୋଡ଼ିରେ ୫୧ ରନସଂଗ୍ରହ କରିଥିଲେ। ସେହିପରି ଗୁରୁବାଜ ୨୩ କରିଥିବା ବେଳେ, ଜଦରାନ ୨୫, ମହମ୍ମଦ ନବି ୪୨, ଅଜମାତୁଲ୍ଲା ୨୯, ନଜିବୁଲ୍ଲା ଜଦରାନ ୧୯ ରନ ସଂଗ୍ରହ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲା ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ମୁକେଶ କୁମାର ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଏହି ସିରିଜରେ ମୋଟ ୩ଟି ଟି-୨୦ ମ୍ୟାଚ ଖେଳାଯିବ । ଦ୍ବିତୀୟ ଟି-୨୦ ଜାନୁଆରୀ ୧୪ ତାରିଖରେ ଇନ୍ଦୋରଠାରେ ଖେଳାଯିବାକୁ ଥିବା ବେଳେ ତୃତୀୟ ଟି-୨୦ ଟି ଜାନୁଆରୀ ୧୭ ତାରିଖ ଦିନ ବେଙ୍ଗାଲୁରୁଠାରେ ଖେଳାଯିବ ବୋଲି କାର୍ଯ୍ୟ ସୂଚି ରହିଛି ।

Related posts

ପତ୍ନୀଙ୍କ ସହ ମହାକାଳେଶ୍ଵର ମନ୍ଦିରରେ ରାହୁଲ

Odisha Sports Bureau

ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଖେଳିବେନି ଏହି ଖେଳାଳି

Odisha Sports Bureau

ଭୁବନେଶ୍ୱରରେ ୩୯ ତମ ସବୁ ଜୁନିଅର ଏବଂ ୪୯ତମ ଜୁନିଅର ନେସନାଲ ଆକ୍ୱାଟିକା ପ୍ରତିଯୋଗିତା ଆରମ୍ଭ

Odisha Sports Bureau