ମୋହାଲିରେ ଆରମ୍ଭ ହୋଇଥିବା ପ୍ରଥମ ଟି-୨୦ ରେ ବାଜି ମାରିଲା ଭାରତ । ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦ରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଛି ଭାରତ । ପ୍ରଥମେ ଆଫଗାନିସ୍ତାନ ବ୍ୟାଟିଙ୍ଗ କରି ଭାରତ ଆଗରେ ୧୫୯ ରନର ଟାଗେର୍ଟ ରଖିଥିଲା । ଏହି ଲକ୍ଷକୁ ପିଛା କରି ୧୭ ଓଭର ୩ ବଲରେ ୪ଟି ୱକେଟ ହରାଇ ବିଜୟ ଲକ୍ଷ ହାସଲ କରିଛି ଭାରତ । ଭାରତ ପକ୍ଷରୁ ଶିବମ ଦୁବେ ୬୦ ରନ କରି ଅପରାଜିତ କରିଥିବାବେଳେ ଜିତେଶ ଶର୍ମା ୩୧, ତିଳକ ବର୍ମା ୨୬ ଏବଂ ଶୁଭମନ ଗିଲ୍ ୨୩ରନ କରିଥିଲେ। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପକ୍ଷରୁ ରହମାନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦରାନ ଦଳ ପାଇଁ ଆରମ୍ଭ ସହ ପ୍ରଥମ ୱିକେଟ ଯୋଡ଼ିରେ ୫୧ ରନସଂଗ୍ରହ କରିଥିଲେ। ସେହିପରି ଗୁରୁବାଜ ୨୩ କରିଥିବା ବେଳେ, ଜଦରାନ ୨୫, ମହମ୍ମଦ ନବି ୪୨, ଅଜମାତୁଲ୍ଲା ୨୯, ନଜିବୁଲ୍ଲା ଜଦରାନ ୧୯ ରନ ସଂଗ୍ରହ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲା ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ମୁକେଶ କୁମାର ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଏହି ସିରିଜରେ ମୋଟ ୩ଟି ଟି-୨୦ ମ୍ୟାଚ ଖେଳାଯିବ । ଦ୍ବିତୀୟ ଟି-୨୦ ଜାନୁଆରୀ ୧୪ ତାରିଖରେ ଇନ୍ଦୋରଠାରେ ଖେଳାଯିବାକୁ ଥିବା ବେଳେ ତୃତୀୟ ଟି-୨୦ ଟି ଜାନୁଆରୀ ୧୭ ତାରିଖ ଦିନ ବେଙ୍ଗାଲୁରୁଠାରେ ଖେଳାଯିବ ବୋଲି କାର୍ଯ୍ୟ ସୂଚି ରହିଛି ।