Cricket

ପୁରୀରେ ଆୟୋଜିତ ନୂଆ ଓ’ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା

ଭୁବନେଶ୍ୱର: ପୁରୀରେ ଆୟୋଜିତ ନୂଆ ଓ’ ରାଜ୍ୟସ୍ତରୀୟ କ୍ରିକେଟ୍‌ ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଯାପିତ ହୋଇଛି। ଏହି ପ୍ରତିଯୋଗିତାରେ  ପୁରୁଷରେ କେନ୍ଦ୍ରାପଡ଼ା ଓ ମହିଳାରେ ବଲାଙ୍ଗୀର ବିଜେତା ହୋଇଛନ୍ତି। ପୁରୁଷରେ ନୟାଗଡ଼ ଉପବିଜେତା, ସୁନ୍ଦରଗଡ଼ ତୃତୀୟ ଓ ନବରଙ୍ଗପୁର ଚତୁର୍ଥ ସ୍ଥାନରେ ରହିଥିଲା। ବିଶ୍ବଜିତ ପାତ୍ର ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।‌ ସେହିପରି ମହିଳା ବିଭାଗରେ ନବରଙ୍ଗପୁର ଉପବିଜେତା, ସୁନ୍ଦରଗଡ଼ ତୃତୀୟ ଓ କୋରାପୁଟ ଚତୁର୍ଥ ସ୍ଥାନରେ ରହିଥିଲା ବେଳେ ଅନନ୍ୟା ମିଶ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଉଭୟ ବିଜେତା ଦଳଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ, ଉପବିଜେତାଙ୍କୁ ୧ଲକ୍ଷ, ତୃତୀୟ ଓ ଚତୁର୍ଥ ଦଳଙ୍କୁ ୫୦ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଖେଳାଳିଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ମିଳିଥିଲା। ଉଦ୍‌ଯାପନୀ ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା‌, ଶ୍ରୀମନ୍ଦିର ପ୍ରଶାସକ ଜ୍ୟୋତିଶଙ୍କର ମହାପାତ୍ର, କ୍ରୀଡ଼ା ବିଭାଗ ଓଏସ୍‌ଡି ସ୍ବରୂପ ନନ୍ଦ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ଦୌଡ଼କୁଦ ସଂଘର ପୂର୍ବତନ ସମ୍ପାଦକ ରବିଶଙ୍କର ପ୍ରତିହାରୀ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Related posts

ବିଶ୍ୱକପରୁ ବାହାରିଲେ ପାକ୍ ଫାଷ୍ଟ ବୋଲର ନସିମ ଶାହା

Odisha Sports Bureau

ସେମିଫାଇନାଲରେ ପହଞ୍ଚିଲା  ଭାରତ

Odisha Sports Bureau

ଆଜିଠାରୁ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ କ୍ଵାଲିଫାୟର ମ୍ୟାଚ ଆରମ୍ଭ ହେବ