Cricket

ଆଜିଠାରୁ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ କ୍ଵାଲିଫାୟର ମ୍ୟାଚ ଆରମ୍ଭ ହେବ

ପଞ୍ଜାବ-: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ଅନ୍ତିମ ଚରଣରେ ପହଞ୍ଚିଛି । ସମସ୍ତ ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆଜିଠାରୁ କ୍ଵାଲିଫାୟର ମ୍ୟାଚ ଆରମ୍ଭ ହେବ । ପଏଣ୍ଟ ଟେବୁଲର ପ୍ରଥମ ଦୁଇ ସ୍ଥାନରେ ଥିବା ପଞ୍ଜାବ କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ କ୍ବାଲିଫାୟର-୧ ଖେଳାଯିବ । ତେବେ ମୁଲାନପୁରରେ ଖେଳାଯିବାକୁ ଥିବା ଏହି ହାଇ-ଭୋଲଟେଜ ମ୍ୟାଚ୍‌ ପାଇଁ କ୍ରିକେଟ ପ୍ରଶଂସକଙ୍କ ବେସ ଉତ୍ସାହିତ ଅଛନ୍ତି । ଏହି ମ୍ୟାଚକୁ ଜିତି ଉଭୟ ଦଳ ପ୍ରଥମେ ଫାଇନାଲରେ ସ୍ଥାନ ସୁରକ୍ଷିତ ରଖିବାକୁ ଉଦ୍ୟମ କରିବେ । ଦୁଇ ଦଳ ଏପର୍ଯ୍ୟନ୍ତ କୌଣସି ଆଇପିଏଲ ଟ୍ରଫି ଜିତିପାରିନଥିବା ବେଳେ ଉକ୍ତ ଟ୍ରଫି ସ୍ବପ୍ନକୁ ପୂରଣ କରିବା ନେଇ ଉଭୟ ଦଳ ଆଜିର ମ୍ୟାଚକୁ ଜିତି ଫାଇନାଲରେ ସ୍ଥାନ ସୁରକ୍ଷିତ ନେଇ ଲକ୍ଷ୍ୟ ରଖିଛନ୍ତି ।

Related posts

ସୁପର–୮ରେ ୱେଷ୍ଟଇଣ୍ଡିଜ୍‌ର ଦମଦାର ବ୍ୟାଟିଂ, ଭାରତ ସମ୍ମୁଖରେ ୧୯୬ ରନ୍‌ର ଲକ୍ଷ୍ୟ

ମହିଳା ଦିବସରେ ମହିଳା ଟି-୨୦ ଫାଇନାଲ ମ୍ୟାଚ

ଦକ୍ଷିଣ ଆଫ୍ରିକାର ଅଧିନାୟକ ଫାଫ୍ ଡ଼ୁ ପ୍ଲେସିସ କ୍ରିକେଟରୁ ସନ୍ୟାସ ନେଇପାରନ୍ତି

Odisha Sports Bureau