Cricket

ଆଇପିଏଲରେ ୱିକେଟ କିପିଂ କରିବେନି ରିଷଭ ପନ୍ତ

ଖୁବଶୀଘ୍ର ମଇଦାନକୁ ଫେରୁଛନ୍ତି ଷ୍ଟ୍ରାର କ୍ରିକେଟର ରିଷଭ ପନ୍ତ । ଆଗାମତ ଆଇପିଏଲରେ ପଡିଆରେ ନଜର ଅସିବେ ପନ୍ତ । ସେ ଅଲୁରରେ ଏକ ୱାର୍ମଅଫ ମ୍ୟାଚ ଖେଳିବା ପାଇଁ ଅଭ୍ୟାସ କରୁଥିଲେ ଆଉ ଯାହାକୁ ଦେଖି ଫ୍ୟାନ୍ସ ମାନେ ଖୁସି ହୋଇଯାଇଛନ୍ତି । ଏବେ ସେ ଓଚଖରେ ବ୍ୟାଟିଂ କରୁଥିବା ନଜର ଆସିବେ । ତେବେ ୨୦୨୨ ଡିସେମ୍ବର ପରଠୁ ଖେଳିନଥିବା ପନ୍ତ ଆଗାମୀ ଆଇପିଏଲ୍ ଜରିଆରେ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଖେଳିବେ । ସୂଚନା ଅନୁଯାୟୀ ବିସିସିଆଇ ଏବଂ ସେମାନଙ୍କ ଆଇପିଏଲ୍ ଫ୍ରାଞ୍ଚାଇଜ୍ ସୂତ୍ରରୁ ଜଣାପଡିଛି ଯେ ୨୬ ବର୍ଷିୟ ପନ୍ତ ଆଇପିଏଲ୍ ୨୦୨୪ରେ ଦିଲ୍ଲୀ ରାଜଧାନୀକୁ ଆଗେଇ ନେବାକୁ ପ୍ରସ୍ତୁତ ରହିଛନ୍ତି ।ଅର୍ଥାତ୍ ପନ୍ତଙ୍କୁ ନେତୃତ୍ୱ ଭାର ପ୍ରଦାନ କରାଯିବ ବୋଲି ପୂର୍ବରୁ କ୍ୟାପିଟାଲ୍ସ ପକ୍ଷରୁ ଘୋଷଣା କରାଯାଇଛି । ମାତ୍ର ତାଙ୍କୁ ୱିକେଟ୍ କିପିଙ୍ଗ୍ରୁ ଦୂରେଇ ରଖାଯିବ । ସେ କେବଳ ବ୍ୟାଟର ଭାବେ ଖେଳିବେ । ପନ୍ତ କିଛି ବର୍ଷେ ହେଲା ଜାତୀୟ କ୍ରିକେଟ୍ ଏକାଡେମୀ(ଏନ୍ସିଏ) ରେ ଚିକିତ୍ସିତ ହେଉଛନ୍ତି । ସେଠାରେ ଏନ୍ସିଏ ଫିଜିଓ ଓ ଡାକ୍ତରଙ୍କ ଅଧିନରେ ସେ ଫିଟ୍ନେସ୍ ଏବଂ ଅଭ୍ୟାସ କରୁଛନ୍ତି ।ଗତ କିଛି ମାସ ହେଲା ପନ୍ତ ଏନ୍ସିଏରେ ବ୍ୟାଟିଂ ଅଭ୍ୟାସ ଜାରି ରଖିଥିଲେ । ବେଙ୍ଗାଲୁରୁ ନିକଟସ୍ଥ ଆଲୁର ଠାରେ ଏକ ଇନ୍ଟ୍ରା ସ୍କ୍ୱାଡ୍ ଅଭ୍ୟାସ ମ୍ୟାଚର ଆୟୋଜନ କରାଯାଇଥିଲା । ପନ୍ତ ଉକ୍ତ ମ୍ୟାଚ୍ରେ ଖେଳିଥିଲେ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ୍ ଓ ପୂର୍ବ ଭଳି ଦୌଡ କୁଦ କରିପାରୁଥିବା ଏନ୍ସିଏ ପକ୍ଷରୁ ପ୍ରକାଶ କରାଯାଇଛି । ତଥାପି ତାଙ୍କୁ ତରବରିଆ ଭାବେ ୱିକେଟ୍ କିପିଂ ନଦେବାକୁ ଯୋଜନା କରାଯାଉଛି । ୨୬ ବର୍ଷୀୟ ପନ୍ତ ବର୍ତ୍ତ ମାନ ସୁଦ୍ଧା ୩୩ଟେଷ୍ଟ, ୩୦ ଦିନିକିଆ ୬୬ଟି ଟି-ଟ୍ୱେଣ୍ଟି ଖେଳି ସାରିଛନ୍ତି ।

 

Related posts

ଜାପାନକୁ ପରାସ୍ତ କରି ସେମିଫାଇନାଲ ଟିକେଟ୍ ହାତେଇଛି ଟିମ୍ ଇଣ୍ଡିଆ

Odisha Sports Bureau

ଏସୀୟ କ୍ରୀଡା ମାରାଥନରେ ସାୱନ ବରୱାଲ ରୌପ୍ୟ ପଦକ ଜିତିଲେ

Odisha Sports Bureau

ପ୍ରଥମ ODIରେ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କଲା ଭାରତ

Odisha Sports Bureau