Cricket

ଧର୍ମଶାଳା ଟେଷ୍ଟମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା

ଭାରତ- ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ ସିରିଚ ମଧ୍ୟରୁ ଆଉ ଗୋଟିଏ ବାକି ରହିଛି । ଏହି ସିରିଜର ଶେଷ ମ୍ୟାଚ ଧର୍ମଶାଳାରେ ଖେଳାଯିବ । ଭାରତ ୩-୧ ରେ ସିରିଜରେ ଆଗୁଆ ରହିଛି । ଏହାରି ମଧ୍ୟରେ ୫ମ ଟେଷ୍ଟ ପାଇଁ ଭାରତୀୟ ଟିମ ଘୋଷଣା କରାଯାଇଛି । ଏହି ଟେଷ୍ଟ ମ୍ୟାଚ ପାଇଁ ଟିମ କୁ ଷ୍ଟାର ଖେଳାଳି ଜସପ୍ରୀତ ବୁମରା ଫେରିଛନ୍ତି । ବୁମରା ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ବିଶ୍ରାମ ନେଇଥିଲେ । ଏବେ ଧର୍ମଶାଳା ଟେଷ୍ଟକୁ ଫେରିଛନ୍ତି । ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଟିମ ଘୋଷଣା ହୋଇଥିଲା । ଏଥିରେ ପ୍ରଥମ ମ୍ୟାଚରେ କିଛି ଖେଳାଳି ଆହତଜନିତ ସମସ୍ୟା ପାଇଁ ବାଦ ପଡିଥିଲେ । ୱାଂଶିଟନ ସୁନ୍ଦର ଟିମରେ ୨ୟ ଟେଷ୍ଟ ମ୍ୟାଚରେ ସାମିଲ ହୋଇଥିଲେ । ଏହାପରେ ଶେଷ ୩ଟି ମ୍ୟାଚ ପାଇଁ ସ୍କ୍ୱାଡ ଘୋଷଣା କରାଯାଇଥିଲା । ଯେଉଁ ଥିଲେ ସୁନ୍ଦରଙ୍କ ନାମ ରହିଥିଲା । କିନ୍ତୁ ୫ମ ଟେଷ୍ଟ ଦଳରେ ତଙ୍କ ନାମ ସାମିଲ ହୋଇନାହିଁ ।
ସେହିପରି କେଏଲ ରାହୁଲ ଚିକିତ୍ସା ପାଇଁ ଲଣ୍ଡନ ଯାଇଥିବା ବେଳେ ସେ ଏହିଟିମରୁ ବାଦ ପଡିଛନ୍ତି । ପ୍ରଥମ ଟେଷ୍ଟ ମ୍ୟାଚରେ ଆହତ ଜନିତ ସମସ୍ୟା ପାଇଁ ଟିମରୁ ବାଦ ପଡିଥିଲେ । ବିସିସିଆଇ ତାଙ୍କୁ ତୃତୀୟ ଏବଂ ୪ର୍ଥ ଟେଷ୍ଟ ପାଇଁ ଟିମରୁ ବାଦ ଦେଇଥିଲା । ତେବେ ବର୍ତ୍ତମାନ ୫ମ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା (ଅଧିନାୟକ), ଜସପ୍ରୀତ ବୁମରା( ଉପଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମନ ଗିଲ, ରଜତ ପାଟିଦାର, ସରଫରାଜ ଖାନ, ଧ୍ରୁବ ଜୁରେଲ( ୱିକେଟ କିପର), କେଏସ ଭାରତ( ୱିକେଟ କିପର), ଦେବଦତ୍ତ ପାଡିକ୍କିଲ, ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଳଦୀପ ଯାଦବ , ମହମ୍ମଦ ସିରାଜ, ମୁକେଶ କୁମାର ଏବଂ ଆକାଶ ଦୀପ ସାମିଲ ରହିଛନ୍ତି

Related posts

ଧୋନିଙ୍କ ବ୍ୟତୀତ ଏହି ସମସ୍ତ କିକ୍ରେଟର ସାମିଲ ହୋଇଥିଲେ ସେନାରେ

Odisha Sports Bureau

ଭାରତର ସବୁଠୁ ଲୋକ ପ୍ରିୟ ଖେଳାଳି : ପ୍ରଥମରେ କୋହଲି, ଦ୍ୱିତୀୟରେ ଧୋନି

Odisha Sports Bureau

ପୁଣି ଥରେ ଶ୍ରୀଧରନ ଭାରତୀୟ ଟିମର ଫିଲ୍ଡି କୋଚ

Odisha Sports Bureau