Cricket

ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ନିଜର ନୂଆ ଜର୍ସି ଉନ୍ମୋଚନ କରିଛି ସନରାଇଜସୀ ହାଇଦ୍ରାବାଦ

ନୂଆଦିଲ୍ଲୀ: ସନରାଇଜସୀ ହାଇଦ୍ରାବାଦ ଗତକାଲି ତାର ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ନିଜର ନୂଆ ଜର୍ସି ଉନ୍ମୋଚନ କରିଛି । ଫ୍ରାଞ୍ଚାଇଜି ଜର୍ସି ଜର୍ସିରେ ନିଜର ପୁରୁଣା ନାରଙ୍ଗୀ ଟୋନ ସହ କଳା ପ୍ୟାଟେର୍ଣ୍ଣକୁ ବ୍ୟବହାର କରିଛି । ଏସଆରଏଚର ନୂଆ ଜର୍ସି ୨୦ ଲିଗର ସଫଳ ଟିମ ସନରାଇଜର୍ସ ଇଷ୍ଟର୍ଣ୍ଣ କ୍ୟାପ ଜର୍ସି ସହ ସମାନ ଦେଖାଯାଉଛି । ସନରାଇଜର୍ସ ହାଇଦ୍ରାବାଦର ନୂଆ ଜର୍ସିକୁ ଫାୟରୀ ହିଟ ନାଁ ଦିଆଯାଇଛି । ଏହି ନୂଆ ଜର୍ସିରେ ନାରଙ୍ଗୀ ରଙ୍ଗର ଫାଉଣ୍ଡେସନ ଅଛି ଏବଂ କଳା ରଙ୍ଗର ଡିଜାଇନ ରହିଛି । ଏହି ଡିଜାଇନ ଜର୍ସିକୁ ଏକ ବିଶିଷ୍ଟ ଏବଂ ଆକର୍ଷଣୀୟ ରୂପ ଦେଉଛି । ଆଇପିଏଲ ୨୦୨୪ ପୂର୍ବରୁ ଏସଆରଏଚ ନିଜ ଟିମର ଅଧିନାୟକ ପରିବର୍ତ୍ତନ କରିଛି । ନିକଟରେ ଫ୍ରାଞ୍ଚାଇଜି ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସଙ୍କୁ ଆଗାମୀ ସଂସ୍କରଣ ପାଇଁ ଟିମର ଅଧିନାୟକ ନିଯୁକ୍ତ କରିଥିଲେ । ତେବେ ତାଙ୍କୁ ୨୦.୫୦ କୋଟି ଟଙ୍କାରେ କିଣାଯାଇଥିଲା ।

Related posts

ଆଜିଠାରୁ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ କ୍ଵାଲିଫାୟର ମ୍ୟାଚ ଆରମ୍ଭ ହେବ

କପିଲ ଦେବଙ୍କ ରେକର୍ଡ଼ ଭାଙ୍ଗିଲେ ଡେଲ ଷ୍ଟେନ ଭାଙ୍ଗି

Odisha Sports Bureau

ଦ୍ୱିତୀୟ ମ୍ୟାଚରେ ଫେରିବେ ଧୋନୀ

Odisha Sports Bureau

Leave a Comment