Cricket

ଆଇପିଏଲ ମଇଦାନକୁ ଓହ୍ଲାଇଲେ ରିଷଭ ପନ୍ତ

ଆଇପିଏଲ ମଇଦାନକୁ ଓହ୍ଲାଇଲେ ରିଷଭ ପନ୍ତ । ମଇଦାନରେ ଉଡିବ ଚୌକା ଛକା । ଆଇପିଏଲ ମ୍ୟାଚ୍ରେ ନିଜର କମାଲ ଦେଖାଇବାକୁ ଫେରିଛନ୍ତି ପନ୍ତ । ଆଇପିଏଲ୍ ର ୧୭ ତମ ସିଜିନର ଦ୍ୱିତୀୟ ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟାଲସ ଏବଂ ପଞ୍ଜାବ କିଙ୍ଗ୍ସର ଦଳ ଆଜି (୨୩ ମାର୍ଚ୍ଚ) ମୁହାଁମୁହିଁ ହେବେ। ଏହି ସମୟ ମଧ୍ୟରେ ୪୫୪ ଦିନ ପରେ ପଡ଼ିଆକୁ ଫେରୁଥିବା ଦିଲ୍ଲୀ ଅଧିନାୟକ ଋଷଭ ପନ୍ତଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଅପରାହ୍ଣରେ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ମୁଲାନପୁରରେ ଖେଳାଯିବ ଜ୍ଝ ବିଶେଷ କଥା ହେଉଛି ଏହି ଦୁଇ ଦଳ ଆଜି ପର୍ୟ୍ୟନ୍ତ ଆଇପିଏଲ୍ ଟ୍ରଫି ଜିତିବାରେ ସକ୍ଷମ ହୋଇନାହାଁନ୍ତି। ପନ୍ତଙ୍କ ସମ୍ମୁଖରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶିଖର ଧାୱନ ରହିବେ। ଭୟଙ୍କର କାର୍ ଦୁର୍ଘଟଣାରେ ଆହତ ହୋଇ ଦୀର୍ଘ ୧୫ ମାସ ହେବ ଚିକିତ୍ସାଧୀନ ଥିଲେ ପନ୍ତ । ଏବେ ସୁସ୍ଥ ହୋଇ ଫେରିଛନ୍ତି । ଯଦିଓ ବିସିସିଆଇ ପନ୍ତଙ୍କୁ ଫିଟ୍ ଘୋଷଣା କରିଛି ଏବଂ ସେ ଅଧିନାୟକତ୍ୱର ଦାୟିତ୍। ମଧ୍ୟ ଗ୍ରହଣ କରିବେ। କେବଳ ସେ ବ୍ୟାଟିଂ କରିବେ ବୋଲି ସୂଚନା ମିଳିଛି । ଏତେଦିନ ପରେ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରୁଥିବାରୁ ପନ୍ତ ଖୁବ୍ ଉତ୍ସାହିତ ଅଛନ୍ତି । ଟିକେ ନର୍ଭସ ଥିବା ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି । ମୋହାଲିରେ ନୂତନ ଭାବେ ନିର୍ମାଣ ହୋଇଥିବା ମୁଲନପୁର ସ୍ଥିତ ମହାରାଜା ଯାଦବିନ୍ଦ୍ର ସିଂହ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ତେବେ ଆଇପିଏଲର ୧୬ଟି ସଂସ୍କରଣ ଭିତରୁ ଦିଲ୍ଲୀ ଦଳ ଥରେ ମାତ୍ର ଫାଇନାଲକୁ ଯାଇ ପାରିଛି । ୨୦୨୦ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ହାରି ରନର୍ସଅପ୍ ହୋଇଥିଲା । ଦିଲ୍ଲୀ ଦଳ ପୃଥ୍ବୀ ସ, ଡେଭିଡ୍ ୱାର୍ଣ୍ଣର, ମିଚେଲ ମାର୍ଶ, ଅକ୍ଷର ପଟେଲ, କୁଲଦୀପ ଯାଦବ, ମୁକେଶ କୁମାରଙ୍କ ଭଳି ନାମୀ ଖେଳାଳିଙ୍କୁ ନେଇ ବେଶ୍ ଶକ୍ତିଶାଳୀ । ସେପଟେ ପଞ୍ଜାବ କିଙ୍ଗସ ର ନେତୃତ୍ବ ନେଉଥିବା ଶିଖର ଧବନଙ୍କ ଉପରେ ଚାପ ରହିଛି । କାରଣ ସେ ଅନେକ ଦିନ ହେବ କୌଣସି ପ୍ରତିଯୋଗିତାରେ ଖେଳି ନାହାନ୍ତି । ତାଙ୍କ ଦଳର ପ୍ରମୁଖ ଖେଳାଳି ଭାବେ ରହିଛନ୍ତି ଜନୀ ବେୟାରେଷ୍ଟୋ, ସାମ କୁରାପନ, ହର୍ସଲ ପଟେଲ, ରାବଡ଼ା, ଅର୍ଶଦୀପଙ୍କ ଭଳି ଖେଳାଳି । ତେବେ ଜୟ ପରାଜୟରେ ଉଭୟଙ୍କ ରେକର୍ଡ଼ ପୂରା ସମାନ । ଦୁଇ ଦଳ ଆଇପିଏଲରେ ମୋଟ ୩୨ଟି ମ୍ୟାଚ୍ ଖେଳିଛନ୍ତି । ସେଥିରୁ ଦିଲ୍ଲୀ ୧୬ ଏବଂ ପଞ୍ଜାବ ୧୬ ଥର ବିଜୟୀ ହୋଇଛନ୍ତି । ଗତ ସିଜିନରେ ଶେଷଥର ଦୁଇ ଦଳ ଭେଟିଥିବା ମ୍ୟାଚରେ ଦିଲ୍ଲୀ ୧୫ ରନରେ ଜିତିଥିଲା । ଆଜିର ଦ୍ବିତୀୟ ମ୍ୟାଚ୍ ରାତି ୭ଟା ୩୦ରେ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ।

 

Related posts

ବିବିଏଲରୁ ସନ୍ନ୍ୟାସ ନେବେ ବ୍ରେଣ୍ଡନ ମ୍ୟାକୁଲମ

Odisha Sports Bureau

ଧୋନିଙ୍କ କ୍ୟାରିଅରର ଅନ୍ତ ବାବଦରେ : ମୁଖ୍ୟ ଚୟନ କର୍ତ୍ତା

Odisha Sports Bureau

ବୋଲିଂ କୋଚ ରହିପାରନ୍ତି ଭାରତ ଅରୁଣ