Cricket

ଏମ ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହେବେ ବାଙ୍ଗାଲୋର – ପଞ୍ଜାବ

ବେଙ୍ଗାଲୁରୁ: ଜମୁଛି ଆଇପିଏଲର ୧୭ ତମ ସଂସ୍କରଣ । ଗତକାଲି ଖେଳାଯାଇଥିବା ୨ଟି ମ୍ୟାଚରେ ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ବିଜୟ ହୋଇଥିବା ବେଳେ ୨ୟ ମ୍ୟାଚରେ ଜିତିଛି ଗୁଜୁରାଟ ଟାଇଟନ୍ସ । ଏହି କ୍ରମରେ ଆଜି ବେଙ୍ଗାଲୁରୁର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖଳାଯିବ ଆଇପିଏଲ ୫ମ ମ୍ୟାଚ । ତେବେ ଆଇପିଏଲରେ ଉଭୟ ଦଳ ମୋଟ ୩୧ ଥର ମୁହାଁମୁହିଁ ହୋଇଥିବା ବେଳେ ପଞ୍ଜାବ କିଙ୍ଗସ ୧୭ଟି ଏବଂ ବାଙ୍ଗାଲୋର ୧୪ଟଇ ମ୍ୟାଚରେ ବିଜୟୀ ହୋଇଛି । ତେବେ ୨୦୨୩ ସିଜିନରେ ଏହି ଉଭୟ ଦଳ ପରସ୍ପରକୁ ଥରେ ମାତ୍ର ଭେଟିଥିବା ବେଳେ ଆରସିବି ସେଥିରେ ବାଜି ମାରିଥିଲା । ସେହିପରି ଚଳିତ ସିଜିନରେ ଦିଲ୍ଲୀ ବିପକ୍ଷରେ ପ୍ରଥମ ମ୍ୟାଚକୁ ୪ ୱିକେଟରେ ବିଜୟୀ ହୋଇ ପଞ୍ଜାବର ମନୋବଳ ବେଶ ଦୃଢ ରହିଛି । ସାମ କରନଙ୍କ ଅଲରାଉଣ୍ଡର ପ୍ରଦର୍ଶନ ସାଙ୍ଗକୁ ଲାଏମ ଲିଭିଙ୍ଗଷ୍ଟୋନଙ୍କ ଦୁର୍ଦ୍ଦର୍ଷ ବ୍ୟାଟିଂ ଦଳକୁ ବିଜୟରେ ସହାୟକ ହେବ ବୋଲି ଆଶା କରାଯାଉଛି । ସେହିପରି ବୋଲିଂରେ ଲାଗିସୋ ରାବାଡା ଏବଂ ଅର୍ଶଦୀବ ସିଂହ ପରି ଷ୍ଟାର ବୋଲର ରହିଛନ୍ତି । ତେଣୁ ଏହା ବ୍ୟାଟରଙ୍କୁ ଅଡୁଆରେ ପକାଇପାରେ ବୋଲି କୁହାଯାଉଛି । ତେବେ ବାଙ୍ଗାଲୋର ସ୍ଥିତ ଏମ ଚିଦାମ୍ବରମ ଷ୍ଟାଡିୟମରେ ହାଇସ୍କୋରିଂ ଗେମ ହେବା ନିଶ୍ଚିତ । ତେଣୁ ଆଜିର ମ୍ୟାଚରେ ଜବରଦସ୍ତ ହେବ ବୋଲି କୁହାଯାଉଛି ।

Related posts

ଭାରତୀୟ ଜର୍ସିରେ ଓପୋ ବଦଳରେ ବାୟଜୁ

ଇତିହାସ ରଚିଲେ ରିଙ୍କୁ ସିଂହ, ଧୋନିଙ୍କ 15 ବର୍ଷର ପୁରୁଣା IPL ‘ମହାରେକର୍ଡ’ ଭାଙ୍ଗିଲେ

Odisha Sports Bureau

ସାମ୍ବାଦିକ ସମ୍ମଳନୀକୁ ନେଇ ଅସଦ ଆଚରଣ କଲେ ଅଷ୍ଟ୍ରେଲିଆ ସାମ୍ବାଦିକ

Odisha Sports Bureau