Cricket

ଉଭୟ ଇନିଂସରେ ୪୩୦ ରନ୍ ସଂଗ୍ରହ କରିଛନ୍ତି ଭାରତୀୟ ଅଧିନାୟକ ଶୁବମନ ଗିଲ

ଇଂଲଣ୍ଡ-: ଇଂଲଣ୍ଡ ସମ୍ମୁଖରେ ୬୦୮ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଅଧିନାୟକ ଶୁବମନ ଗିଲଙ୍କ ଧୂଆଁଧାର ବ୍ୟାଟିଂରେ ୧୬୧ ରନ୍ ଏବଂ ରାହୁଲ, ଜାଡେଜା ଓ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଦ୍ୱିତୀୟ ଇନିଂସରେ ୪୨୭ ରନ୍ କରି ପାଳି ଘୋଷଣା କରିଥିଲା ଭାରତୀୟ ଦଳ । ଏହାସହ ପ୍ରଥମ ଇନିଂସରେ ୧୮୦ ରନର ଅଗ୍ରଣୀ ନେଇଥିବା ଭାରତ, ଦ୍ୱିତୀୟ ଇନିଂସ ଶେଷ ସୁଦ୍ଧା ୬୦୮ ରନର ବିଜୟଲକ୍ଷ୍ୟ ଦେଇଛି ।

ଏହି ମ୍ୟାଚରେ ପ୍ରଥମ ଇନିଂସରେ ଦ୍ୱିଶତକ ଓ ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ଗିଲ ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି । କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଛନ୍ତି ଶୁବମନ । ଦ୍ୱିତୀୟ ଭାରତୀୟ ଭାବେ ଟେଷ୍ଟ ମ୍ୟାଚରେ ଉଭୟ ଇନିଂସରେ ଦ୍ୱିଶତକ ଓ ଶତକ ହାସଲ କରିଛନ୍ତି ।  ଗାଭାସ୍କର ଏପ୍ରିଲ ୧୯୭୧ ମସିହାରେ ୱେଷ୍ଟଇଣ୍ଡିଜ ବିରୋଧରେ ଉଭୟ ଇନିଂସରେ ୩୪୪ ରନ କରିଥିଲେ । ଶୁବମନ ଉଭୟ ଇନିଂସରେ ୪୩୦ ରନ୍ ସଂଗ୍ରହ କରିଛନ୍ତି। ଗୋଟିଏ ଟେଷ୍ଟ ମ୍ୟାଚରେ ଅଧିକ ରନ ସ୍କୋର କରିଥିବା ଭାରତୀୟ ଅଧିନାୟକ ଶୁବମନ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ।

Related posts

ଆଇପିଏଲ ପାଇଁ ଓସିଏ ପକ୍ଷରୁ ଓଡ଼ିଆ ଖେଳାଳିଙ୍କ ନାମ ସୁପାରିଶ କଲା ଓସିଏ

Odisha Sports Bureau

ଦ୍ୱିତୀୟ ଟେଷ୍ଟର ଶେଷ ଦିନରେ ଭାରତକୁ ଜିତିବା ପାଇଁ 522 ରନ କରିବାକୁ ପଡିବ

Odisha Sports Bureau

ମହାକାଶରେ ବିଶ୍ୱକପ୍ ଟ୍ରଫି

Odisha Sports Bureau