Cricket

କାହିଁକି ୨୦୨୪ ଆଇପିଏଲରୁ ବ୍ରେକ୍ ନେଲେ ଆରସିବିର ଅଲରାଉଣ୍ଡର ଖେଳାଳି ଗ୍ଲେନ୍ ମାକ୍ସୱେଲ ?

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ରୁ ବ୍ରେକ୍ ନେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପାଇଁ ଖେଳୁଥିବା ଗ୍ଲେନ୍ ମାକ୍ସୱେଲ। ଆଇପିଏଲ୍ ୨୦୨୪ରେ ଭଲ ପ୍ରଦର୍ଶନ କରୁନଥିବା ମାକ୍ସୱେଲ ଏବେ ଅଧାରୁ ଆଇପିଏଲ ଛାଡ଼ିଥିବା ଜଣାପଡ଼ିଛି। ଏହି ବ୍ୟାଟ୍ସମ୍ୟାନ୍ ୬ଇନିଂସରେ ମାତ୍ର ୩୨ରନ୍ ସଂଗ୍ରହ କରିଥିଲେ। ଏଥିସହ ସେ ୩ଟି ମ୍ୟାଚରେ କୌଣସି ରନ୍ ସ୍କୋର ନକରି ପଡ଼ିଆ ବାହାରକୁ ଆସିଥିଲେ। ଏଭଳି ଖରାପ ପ୍ରଦର୍ଶନ ପରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆରସିବିର ଏକାଦଶ ମ୍ୟାଚରେ ଖେଳି ନଥିଲେ ମାକ୍ସ‌ୱେଲ। ଏହା ପଛର କାରଣ କ’ଣ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ମାକ୍ସୱେଲ ଅଧାରୁ ଆଇପିଏଲ ଛାଡ଼ିଥିବା ଜଣାପଡ଼ିଛି।

କୁହାଯାଉଛି ଯେ, ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାନସିକ ଏବଂ ଶାରୀରିକ ସ୍ତରରେ ଥକି ଯାଇଥିବାରୁ ଟୁର୍ନାମେଣ୍ଟ ମଝିରୁ ବିରତି ନେବାକୁ ସ୍ଥିର କରିଛନ୍ତି। ଗ୍ଲେନ୍ ମାକ୍ସୱେଲ କହିଛନ୍ତି ଯେ, “ମୁଁ ନିଜେ ସନରାଇଜର୍ସ ବିପକ୍ଷ ମ୍ୟାଚରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି କାରଣ ମୁଁ ଦଳ ପାଇଁ ଭଲ ପ୍ରଦର୍ଶନ କରିପାରୁନଥିଲି। ଏହି ନିଷ୍ପତ୍ତି ନେବା ମୋ ପାଇଁ ସହଜ ଥିଲା। ଗତ ମ୍ୟାଚ୍ ପରେ ମୁଁ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଏବଂ କୋଚମାନଙ୍କ ସହ କଥା ହୋଇଥିଲି। ଆଲୋଚନା ପରେ ମୋ ଅପେକ୍ଷା ଅନ୍ୟ ଖୋଳାଳିଙ୍କୁ ନେଇ ଆରସିବି ଆଗକୁ ବଢ଼ିବା ଉଚିତ୍ ବୋଲି ନିଷ୍ପତ୍ତି ନିଆଗଲା। ମୁଁ ପୂର୍ବରୁ ମଧ୍ୟ ଏଭଳି ପରିସ୍ଥିତିର ସାମ୍ନା କରିସାରିଛି। ବର୍ତ୍ତମାନ ମୁଁ ମାନସିକ ଏବଂ ଶାରୀରିକ ସ୍ତରରେ ନିଜକୁ ଆରାମ ଦେବା ପାଇଁ କାର୍ଯ୍ୟ କରୁଛି। ତେଣୁ ଅଧାରୁ ବିରାତି ନେବାକୁ ନିଷ୍ପତ୍ତି ନେଇଛି।”

Related posts

ଆଇପିଏଲ ୨୦୨୨: ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ

Odisha Sports Bureau

ଛାଡପତ୍ର ନେଲେ ଶିଖର ଧୱନ-ଆୟେଶା; ପିଲାର କଷ୍ଟଡି ନେଇ କୋର୍ଟ ଶୁଣାଇଲେ ଏହି ନିଷ୍ପତ୍ତି

Odisha Sports Bureau

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଭାରତ ଆଗୁଆ

Odisha Sports Bureau