Cricket

ଭାରତର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ କୀର୍ତ୍ତିମାନ ରେକର୍ଡ

ଭାରତର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ କୀର୍ତ୍ତିମାନ ରେକର୍ଡ । ଭାରତ ଏ ବନାମ ଶ୍ରୀଲଙ୍କା ଏ ମଧ୍ୟରେ ଖେଳାଯାଉଥିବା ଟ୍ରାଇ ସିରିଜ୍ ଫାଇନାଲରେ ବୈଭବ ବିସ୍ଫୋରଣ ଦେଖିବାକୁ ମିଳିଛି । ଲିଷ୍ଟ ଏ କ୍ରିକେଟରେ ବିଶ୍ୱ ରେକର୍ଡ କରିଛନ୍ତି ୧୫ ବର୍ଷୀୟ ବୈଭବ । ୧୧ ବଲରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି । ୩୨୪ ଷ୍ଟ୍ରାଇକ ରେଟରେ ୨୯ ବଲରେ ୯୪ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି ବ୍ୟାଟିଂ ସେନ୍ସସେସନ୍ ବୈଭବ । ଯେଉଁଥିରେ ୧୦ଟି ଚୌକା ଏବଂ ୮ଟି ଛକା ସାମିଲ । ଏହା ସହିତ ୨୦ ବର୍ଷର ରେକର୍ଡ ଭାଙ୍ଗିଛନ୍ତି ବୈଭବ ।

May be an image of text that says 'Il apollo INDIA DIA SF อร'

ଆଇପିଏଲ ପରେ ବ୍ୟାଟ୍ ଶାନ୍ତ ଥିଲା । ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ । ଟିମ୍ ଇଣ୍ଡିଆରେ ସ୍ଥାନ ମିଳିବା ଉପରେ ପ୍ରଶ୍ନ ଉଠିଥିଲା । କିନ୍ତୁ ଏବେ ଗର୍ଜିଛି ବିସ୍ମୟ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ । ଆଜି ଟ୍ରାଇ ସିରିଜର ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଏ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ୧୫ ବର୍ଷୀୟ ଓପନର୍ ବୈଭବ ଶ୍ରୀଲଙ୍କା ବୋଲରମାନଙ୍କ ଉପରେ ଭୟଙ୍କର ଆକ୍ରମଣ ଆରମ୍ଭ କରିଥିଲେ। ସେ ମାତ୍ର ୧୧ଟି ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହି ଅସାଧାରଣ କୃତିତ୍ୱ ସହିତ ସୂର୍ଯ୍ୟବଂଶୀ ୨୦୦୫ ମସିହାରେ ଶ୍ରୀଲଙ୍କାର କୌଶଲ୍ୟ ୱିରାରତ୍ନେ ସ୍ଥାପନ କରିଥିବା ୧୨ ବଲ୍‌ରେ ସବୁଠାରୁ ଦ୍ରୁତ ଅର୍ଦ୍ଧଶତକର ବିଶ୍ୱ ରେକର୍ଡକୁ ଭାଙ୍ଗିଦେଇଥିଲେ ।

 VaiBhav Photograph: (Kanak News)

ସେହିପରି ଛକା ମାରିବାରେ ଗେଲ୍ ଏବଂ ରସେଲଙ୍କୁ ପଛରେ ପକାଇଲେ ବୈଭବ । ଗୋଟିଏ ସିଜିନରେ ସର୍ବାଧିକ ୬୦ ଛକା ମାରି ଇତିହାସ ରଚିଲେ । ୨୦୧୨ରେ କ୍ରିସ୍ ଗେଲ୍ ୫୯ଟି ଛକା ମାରିଥିଲେ । ରସେଲ୍ ୨୦୧୯ରେ ୫୨ଟି ଛକା ମାରିଥିଲେ । ପୂର୍ବରୁ ୧୬ ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ ବୈଭବ ସୂର୍ଯ୍ୟବଂଶୀ । ୨୯ ବଲରେ ୯୭ ରନ୍ ହାସଲ କରିଥିଲେ ବୈଭବ ।

Vaibhav Sooryavanshi smashes fastest List A half-century in 11 balls in IND  vs SL Final

Related posts

କପିଲଙ୍କୁ ଅତିକ୍ରମ କରିବେ ବୁମରାହ

Odisha Sports Bureau

୪୦ ଦିନରେ କୋଟି କୋଟି ଟଙ୍କା ଖର୍ଚ୍ଚ, ପ୍ରିୟଜନଙ୍କୁ ଦେଉଛନ୍ତି ଦାମୀ ଉପହାର…

Odisha Sports Bureau

ମ୍ୟାଚ ପୂର୍ବରୁ ସାଉଥ ଆଫ୍ରିକାକୁ ଝଟକା

Odisha Sports Bureau