Cricket

ବିଶ୍ୱକପରେ ଟିମ ଭାରତକୁ ବଡ ଝଟକା : ଦଳରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ : ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଚଳିତ ବିଶ୍ବକପ୍‌ରେ ଦମ୍‌ଦାର ଫର୍ମରେ ଥିବା ଭାରତୀୟ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବା ବିଶ୍ବକପ୍‌ରୁ ବାଦ୍‌ ପଡିଛନ୍ତି। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବୋଲିଂ କରୁଥିବା ବେଳେ ପାଣ୍ଡ୍ୟାଙ୍କ ଗୋଇଠିରେ ଆଘାତ ଲାଗିଥିଲା। ଯାହା ଫଳରେ ଅଧା ଓଭରରୁ ସେ ପଡିଆ ଛାଡିଥିଲେ। ଏହାପରେ ତାଙ୍କର ଚିକିତ୍ସା କରାଯାଇଥିଲା। କିନ୍ତୁ ଆହତ ସମସ୍ୟାରୁ ସୁଧାର ନ ଆସିବା କାରଣରୁ ପାଣ୍ଡ୍ୟାଙ୍କୁ ବିଶ୍ୱକପରୁ ବାଦ୍ ଦିଆଯାଇଛି । ପାଣ୍ଡ୍ୟାଙ୍କ ବଦଳ ଖେଳାଳୀ ଭାବେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି ।

ସୂଚନାଯୋଗ୍ୟ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ମ୍ୟାଚରେ ତାଙ୍କ ପ୍ରଥମ ଓଭର ବୋଲିଂ କରିବା ସମୟରେ ଗୋଡ଼ ମୋଡ଼ି ହୋଇଯିବାରୁ ପଡ଼ିଆ ଛାଡ଼ି ପଳାଇଥିଲେ । ସେ ଆଉ ଫେରିନଥିଲେ । ନବମ ଓଭରର ତୃତୀୟ ବଲରେ ଏହି ଘଟଣା ଘଟିଥିଲା । ବାଂଲାଦେଶ ଓପନର୍ ଲିଟନ୍ ଦାସଙ୍କ ଷ୍ଟ୍ରେଟ୍ ଡ୍ରାଇଭକୁ ଅଟକାଇବାକୁ ଚେଷ୍ଟା କଲାବେଳେ ପାଣ୍ଡ୍ୟାଙ୍କ ଗୋଇଠି ମୋଡ଼ି ହୋଇଯାଇଥିଲା । ପାଣ୍ଡ୍ୟା ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ପଡ଼ିଆ ଛାଡିବାକୁ ପଡ଼ିଥିଲା । ପାଣ୍ଡ୍ୟାଙ୍କ ସ୍ଥାନରେ ଫିଲ୍ଡିଂ କରିବାକୁ ସୂର୍ଯ୍ୟକୁମାର ଯାଦବ ଆସିଥିଲେ। ପାଣ୍ଡ୍ୟାଙ୍କ ଅସମ୍ପୂର୍ଣ୍ଣ ଓଭରକୁ ବିରାଟ କୋହଲି ଶେଷ କରିଥିଲେ।

Related posts

ମଇଦାନରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ଏକାଦଶ ପଞ୍ଜାବ

Odisha Sports Bureau

ଆସେସ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଝଟକା

Odisha Sports Bureau

ଭାରତର ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ନୂଆ ତଥ୍ୟ

Odisha Sports Bureau