Cricket

ବିରାଟଙ୍କ ଫିଟନେସ୍ ରିପୋର୍ଟ ପରେ ଘୋଷଣା ହେବ ଟିମ୍ ଇଣ୍ଡିଆ !

ଇଂଲଣ୍ଡରେ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଏପର୍ଯ୍ୟନ୍ତ ଭାରତୀୟ ଦଳ ଘୋଷଣା ହୋଇନାହିଁ। ଆଇପିଏଲ୍ ୨୦୨୬ ସମୟରେ ହାମଷ୍ଟ୍ରିଙ୍ଗ୍ ଆଘାତ ପାଇଥିବା ବିରାଟ କୋହଲି ବର୍ତ୍ତମାନ ଦ୍ରୁତ ଗତିରେ ସୁସ୍ଥ ହେଉଥିବା ବେଳେ, ତାଙ୍କର ଫିଟନେସ୍ ପରୀକ୍ଷା ପରେ ହିଁ ଦଳ ଘୋଷଣା ହେବ ବୋଲି ସୂଚନା ମିଳିଛି।

Virat Kohli | Life, Career, Cricket, Awards, T20I and Test Retirement, & Facts | Britannica

ରିପୋର୍ଟ ଅନୁଯାୟୀ, ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସ ବିରାଟଙ୍କ ପୁନର୍ବାସ ପ୍ରକ୍ରିୟା ଉପରେ ନଜର ରଖିଛି। ସେ ଜୁନ୍ ୨୨ତାରିଖରେ ଫିଟନେସ୍ ଟେଷ୍ଟ ଦେବେ। ତାଙ୍କ ରିପୋର୍ଟ ଆସିବା ପରେ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ।

Virat Kohli Achieves Unique Record Post T20I and Test Retirement

ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ସିରିଜ୍‌ରୁ ବାଦ ପଡ଼ିପାରନ୍ତି। ତେବେ କେଏଲ୍ ରାହୁଲ, ରିଷଭ ପନ୍ତ, ଜସପ୍ରିତ ବୁମରାହ ଏବଂ ଧ୍ରୁବ ଜୁରେଲଙ୍କୁ ସମ୍ପୂର୍ଣ୍ଣ ଫିଟ୍ ଘୋଷଣା କରାଯାଇଛି।

Hardik Pandya suffers fresh setback, ruled out of England ODI series ahead of crucial World Cup build-up

ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍ ଜୁଲାଇ ୧୪ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ବର୍ମିଂହାମରେ, ଦ୍ୱିତୀୟ ମ୍ୟାଚ୍ କାର୍ଡିଫରେ ଏବଂ ଶେଷ ମ୍ୟାଚ୍ ଲର୍ଡସରେ ଖେଳାଯିବ। ୨୦୨୭ ବିଶ୍ୱକପ୍ ପ୍ରସ୍ତୁତି ଦୃଷ୍ଟିରୁ ଏହି ସିରିଜ୍ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ।

Related posts

ଶୋଏବଙ୍କ ସହ ଛାଡପତ୍ର ପରେ ପ୍ରଥମ ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କଲେ ସାନିଆ ମିର୍ଜା

Odisha Sports Bureau

ଓଡିଶା କ୍ରିକେଟର ନୂଆ କୋଚ ହେଲେ କ୍ରିକେଟର ତଥା କୋଚ ସୁରେନ୍ଦ୍ର ଭାବେ

Odisha Sports Bureau

ଖରାପ ପଦର୍ଶନ ପାଇଁ ହୋଇପାରେ ନେତୃତ୍ୱ ବଦଳି ।

Odisha Sports Bureau