Cricket

ପରାଜୟ ସତ୍ତ୍ବେ ପ୍ରି-କ୍ବାର୍ଟରରେ ପୋଲାଣ୍ଡ୍‌

ଦୋହା: ଚଳିତ ଫିଫା ବିଶ୍ବକପ୍‌ରେ ଗ୍ରୁପ୍‌ ଅଫ୍‌ ଡେଥ୍ କୁହାଯାଉଥିବା ‘ସି’ରୁ ଆର୍ଜେଣ୍ଟିନା ଓ ପୋଲାଣ୍ଡ୍‌ ପ୍ରି-କ୍ବାର୍ଟରଫାଇନାଲ୍ ଉଠିଛନ୍ତି। ପରସ୍ପର ସହ ଖେଳିଥିବା ମୁକାବିଲାରେ ଆର୍ଜେଣ୍ଟିନା ୨-୦ ଗୋଲ୍‌ରେ ପୋଲାଣ୍ଡକୁ ପରାସ୍ତ କରିଥିଲା। ଫଳରେ ଆର୍ଜେଣ୍ଟିନା ଗ୍ରୁପ୍ ବିଜେତା ଭାବେ ଆଗକୁ ବଢ଼ିଛି। ପରାଜୟ ସତ୍ତ୍ବେ ପୋଲାଣ୍ଡ୍‌ ଦ୍ବିତୀୟରେ ରହି ଶୀର୍ଷ ୧୬ ଦଳରେ ସାମିଲ‌ ହୋଇଛି।

ଅନ୍ୟପକ୍ଷରେ ସାଉଦି ଆରବ ବିପକ୍ଷରେ ବିଜୟୀ ହେବା ସତ୍ତ୍ବେ ମେକ୍ସିକା ବିଦାୟ ନେଇଛି। ମେକ୍ସିକୋ (-୧) ଓ ପୋଲାଣ୍ଡ୍‌ (୦) ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ମେକ୍ସିକୋ ପଛରେ ପଡ଼ିଯାଇଥିଲା। ଦୋହାର ରସ ଅବୁ ଅବୈଦସ୍ଥିତ ୯୭୪ ଷ୍ଟାଡିୟମ୍‌ରେ ବୁଧବାର ବିଳମ୍ବିତ ରାତିରେ‌ ଖେଳାଯାଇଥିବା ଆର୍ଜେଣ୍ଟିନା-ପୋଲାଣ୍ଡ୍ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ଥିଲା। ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଦଳ ପ୍ରଥମ ମ୍ୟାଚ୍‌ରେ ସାଉଦି ଆରବଠାରୁ ହାରିଯିବା ପରେ ମେକ୍ସିକୋକୁ ହରାଇ ଆଶା ଉଜ୍ଜୀବିତ ରଖିଥିଲା।

Related posts

ଭାରତରେ ବିଶ୍ୱକପ୍ ଖେଳ ନହେଲେ ବାହାର ରାସ୍ତା ଦେଖ ।

Odisha Sports Bureau

ପାଣ୍ଡ୍ୟା ବ୍ରଦର୍ସଙ୍କ ଭିଡିଓ ଭାଇରାଲ

Odisha Sports Bureau

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ଆକାଶ ଦୀପ

Odisha Sports Bureau