Wrestling

ବିଶ୍ବ କନିଷ୍ଠ ହ୍ବିଲ୍‌ଚେୟାର ଅସିଚାଳନାରେ ଭାଗନେବେ ପବିତ୍ର

ଭୁବନେଶ୍ବର: ଥାଇଲାଣ୍ଡରେ ଶନିବାରଠୁ ଆରମ୍ଭ ହେବାକୁ ଥିବା ହୁଇଲ୍‌ଚେୟାର ଅସିଚାଳନା କନିଷ୍ଠ ବିଶ୍ୱ ପ୍ରତିଯୋଗିତାରେ ଓଡ଼ିଶାର ପବିତ୍ର ସାହୁ ଭାଗନେବେ। ଭାରତରୁ ସେ ଏକମାତ୍ର ଖେଳାଳି ଭାବେ ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ପବିତ୍ର ଚଳିତ ବର୍ଷ ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ସେ ଅନ୍ତର୍ଜାତୀୟ ଖେଳାଳି ରାଖାଲ୍ କୁମାର ସେଠୀଙ୍କ ପାଖରେ ୨୦୨୦ରୁ ପ୍ରଶିକ୍ଷଣ ଆରମ୍ଭ କରି ଏପର୍ଯ୍ୟନ୍ତ ୫ ସ୍ବର୍ଣ୍ଣ ସହ ୧୨ ପଦକ ଜିତିଛନ୍ତି। ବିଶ୍ବ ପ୍ରତିଯୋଗିତାରେ ପବିତ୍ର ପଦକ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ପ୍ରଶିକ୍ଷକ ରାଖାଲ ଆଶା ରଖିଛନ୍ତି। ପବିତ୍ରଙ୍କୁ ପାରା ସ୍ପୋର୍ଟ୍ସ ସଂଘ ଓଡ଼ିଶା ସଭାପତି କମଳାକାନ୍ତ ରଥ ଏବଂ ରାଜ୍ୟ ହୁଇଲଚେୟାର ଅସିଚାଳନା ମୁଖ୍ୟ ବେଲା ଜୟସ୍ୱାଲ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଛନ୍ତି।

Related posts

ଏସୀୟ କ୍ରୀଡ଼ା ପାଇଁ ଦଳ ଘୋଷଣା କଲା ଭାରତୀୟ କୁସ୍ତି ମହାସଂଘ

ଆନ୍ତର୍ଜାତୀୟ ରେସଲର ଦିବ୍ୟା କାକରନ ତାଙ୍କ ପତିଙ୍କ ଠାରୁ ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତ

Paris Olympics : ପଦକ ପକ୍କା କଲେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍

Odisha Sports Bureau